Posted inଜାତୀୟ

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ଲଜ୍ଜିତ ବୋଲି କହିଛନ୍ତି। ତେବେ ବଳାତ୍କାର ଅଭିଯୋଗକୁ ସେ ଖଣ୍ଡନ କରିଥିବା ଏସ୍‌ଆଇଟି ମୁଖ୍ୟ ନବୀନ ଆରୋରା କହିଛନ୍ତି। ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଚିନ୍ମୟାନନ୍ଦ ଓ ପୀଡ଼ିତା ଛାତ୍ରୀଙ୍କ ମଧ୍ୟରେ ପାଖାପାଖି ୨୦୦ ଥର ଫୋନ୍‌ରେ କଥାବାର୍ତ୍ତା ହୋଇଛି। ଏସ୍‌ଆଇଟି ଟିମ୍‌ ଅଭିଯୁକ୍ତଙ୍କ ଫୋନ୍‌କୁ ଫୋରେନ୍‌ସିକ ସାଇନ୍ସ ଲାବରେଟୋରିକୁ ପଠାଇଛି। ତଥାକଥିତ ସ୍ବାମୀଙ୍କ ବିରୋଧରେ ଆଇପିସିର ଧାରା ୩୭୬ସି, ୩୫୪ଡି, ୩୪୨ ଏବଂ ୫୦୬ରେ ମାମଲା ରୁଜୁ ହୋଇଛି।
ଗତ ସପ୍ତାହରେ ସିଆର୍‌ପିସିର ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ଦିନଠାରୁ ଚିନ୍ମୟାନନ୍ଦ ଗିରଫଦାରିରୁ ବର୍ତ୍ତିବା ପାଇଁ ନିଜକୁ ଅସୁସ୍ଥ ଦର୍ଶାଇବାର ନାଟକ ଆରମ୍ଭ କରିଦେଲେ। ସେ ସ୍ଥାନୀୟ ହସ୍ପିଟାଲରେ ନିଜକୁ ଭର୍ତ୍ତି କରାଇଥିଲେ। ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମ୍‌ୟୁ)ରେ ଭର୍ତ୍ତି ହେବା ଲାଗି ଉଦ୍ୟମ ଚଳାଇଥିଲେ। ଗୁରୁବାର ରାତିରେ ଏସ୍‌ଆଇଟି ତାଙ୍କ ଆଶ୍ରମରେ ପହଞ୍ଚତ୍ଥିଲା। ତେବେ ଆତ୍ମଘୋଷିତ ଗଡ଼୍‌ମ୍ୟାନଙ୍କ ସମର୍ଥକମାନେ ଉକ୍ତ ଟିମ୍‌କୁ ଆଶ୍ରମ ଭିତରେ ପୂରାଇ ନ ଦେବାରୁ ସେମାନଙ୍କୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ପୀଡିତାଙ୍କ ଦୁଇ ସମ୍ପର୍କୀୟ ଭାଇ ସଞ୍ଜୟ ସିଂ ଏବଂ ବିକ୍ରମ ଓରଫ ବ୍ରଜେଶଙ୍କ ସମେତ ପୁରୁଷ ବନ୍ଧୁ ସଚିନ ସେନ୍‌ଗାର ଓରଫ ସୋନୁଙ୍କୁ ଗିରଫ କରାଯାଇଛି। ପ୍ରମାଣ ନଷ୍ଟ କରିବା ଏବଂ ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓ.ପି. ସିଂ କହିଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ସେମାନେ ଭାଜପା ନେତାଙ୍କଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିଲେ ବୋଲି ଚିନ୍ମୟାନନ୍ଦଙ୍କ କର୍ମଚାରୀମାନେ ଅଭିଯୋଗ କରିଥିଲେ।
ବଳାତ୍କାର ମାମଲାକୁ ଲୋକଲୋଚନକୁ ଆଣିବାରେ ଚିନ୍ମୟାନନ୍ଦଙ୍କୁ ଶ୍ରେୟ ଦିଆଯାଇପାରେ। କାରଣ ପୀଡିତା ଅଗଷ୍ଟ ୨୩ରେ ସୋସିଆଲ ମିଡିଆରେ ଅଭିଯୋଗ କରିବା ପୂର୍ବରୁ ୨୨ ତାରିଖରେ ଚିନ୍ମୟାନନ୍ଦଙ୍କ ହ୍ବାଟ୍ସଆପ୍‌କୁ ଏକ ବାର୍ତ୍ତା ଆସିଥିବା ନେଇ ତାଙ୍କ କଲେଜ ପ୍ରଶାସନ ପକ୍ଷରୁ ପୋଲିସ୍‌ରେ ଏତଲା ଦିଆଯାଇଥିଲା। ଭାଜପା ନେତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ଉଦ୍ଦିଷ୍ଟ କେତେକ ଭିଡିଓ ବଦଳରେ ଉକ୍ତ ବାର୍ତ୍ତାରେ ୫ କୋଟି ଟଙ୍କା ଦାବି କରାଯାଇଥିବା କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ପରେ ଝିଅ ନିଖୋଜ ହେବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେବା ସହ ଏଥିପାଇଁ ଚିନ୍ମୟାନନ୍ଦଙ୍କୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ଚିନ୍ମୟାନନ୍ଦଙ୍କଠାରୁ ଅର୍ଥ ଆଦାୟ କରିବା ପାଇଁ ଧମକ ଦିଆଯିବା ନେଇ ତାଙ୍କ ଓକିଲ କୋର୍ଟରେ ମାମଲା ଦାଏର କରିଥିଲେ। ପୀଡ଼ିତା ନୂଆଦିଲ୍ଲୀ ଥାନାରେ ଏତଲା ଦେବା ପରେ ଏହାକୁ ଏସ୍‌ଆଇଟିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଡାକ୍ତରୀ ମାଇନା କରାଯିବା ପରେ ଗତ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା। ୮ ତାରିଖରୁ ଏସ୍‌ଆଇଟି ଟିମ୍‌ ଚିନ୍ମୟାନନ୍ଦଙ୍କ ସମେତ ୩୦ ଜଣଙ୍କୁ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଆତିଶୀ

ନୂଆଦିଲ୍ଲୀ,୨୩।୯: ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।...

ସିସୋଡିଆଙ୍କ ବଡ ବୟାନ, କେଜରିଓ୍ବାଲଙ୍କ ସହ ମୋର ସମ୍ପର୍କ ରାମ ଲକ୍ଷଣ ପରି

ନୂଆଦିଲ୍ଲୀ,୨୩।୯: ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଥିବା ସମ୍ପର୍କକୁ ପ୍ରଭୁ ରାମ...

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ...

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି।...

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri