ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରୁଛନ୍ତି। ଏସବୁ ସତ୍ତ୍ୱେ ଏଥିରେ ସୁଧାର ଆସୁନାହିଁ। ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହୁଛି। ଫଳରେ ରୋଗୀ ନକଲି ଡାକ୍ତରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଏଥିସହ ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହୁଥିବା ନଜିର ରହିଛି। ଏହିଭଳି ଏକ ଘଟଣାକ୍ରମରେ ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ଜଣାପଡ଼ିଛି। ଏହି ଥାନା ଅନ୍ତର୍ଗତ ସୋରଳ ଜଙ୍କଶନ ନିକଟ ଜାଗପୁର ରାସ୍ତାରେ ଏକ ବେଆଇନ କ୍ଲିନିକ ଗଢ଼ି ଉଠିଛି। ଏହି କ୍ଲିନିକରେ ଜନୈକ ବ୍ୟକ୍ତି ଏମ୍‌ବିବିଏସ୍‌ ଫଳକ ଲଗାଇଥିବା ବେଳେ ତାଙ୍କ ବାପା କୌଣସି ଅଭିଜ୍ଞତା ନ ଥାଇ ଡାକ୍ତର ପରିଚୟ ଦେଇ ଦୀର୍ଘବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ କ୍ଲିନିକରେ ନାଟ୍ୟ କଳାକାର ଓ ଅନଭିଜ୍ଞ ଅଶିକ୍ଷିତ ଯୁବକମାନେ ରୋଗୀଙ୍କୁ ଇଞ୍ଜେକଶନ, ସାଲାଇନ ଦେବା ସହ ଷ୍ଟିଚିଙ୍ଗ କରୁଥିବା ଜଣାପଡ଼ିଛି। ସେଠାରେ ପାଥୋଲୋଜି ଖୋଲାଯାଇ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଉଛି । ଏହା ବ୍ୟତୀତ କ୍ଲିନିକରେ ରୋଗୀଙ୍କୁ ନିମ୍ନମାନର ଔଷଧ ପ୍ରଦାନ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଭିତିରିଆ ସମ୍ପର୍କ ରଖୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। କ୍ଲିନିକରେ ଏକ ଇନଡୋର ଖୋଲି ବେଡ ପକାଇ ରୋଗୀଙ୍କୁ ଅସ୍ତ୍ରୋପଚାର ଓ ବିଭିନ୍ନ ଚିକିତ୍ସା ମଧ୍ୟ କରାଯାଉଛି। ଡାକ୍ତର ପରିଚୟ ଦେଉଥିବା ବ୍ୟକ୍ତି ଜଣକ ଭିଟାମିନ ଓ କ୍ୟାଲସିୟମ ଔଷଧ ନିଜେ ପ୍ରସ୍ତୁତ କରୁଛନ୍ତି। ଏପରିକି ଔଷଧ ଖୋଳରେ ନିଜର ଫଟୋ ଲଗାଇ ରୋଗୀଙ୍କୁ ସେହି ଔଷଧ ପ୍ରଦାନ କରୁଛନ୍ତି। ଉକ୍ତ ରାସ୍ତାରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଯାତାୟାତ କରୁଥିଲେ ମଧ୍ୟ କିଭଳି ସେମାନଙ୍କ ଦୃଷ୍ଟି ପଡ଼ୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ଗଞ୍ଜାମ ସିଡିିଏମ୍‌ଓ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ବେଆଇନ କ୍ଲିନିକରେ ଚଢ଼ାଉ ଜାରି ରହିଛି ବୋଲି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri