ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ ସରକାରୀ ଉଦ୍ୟୋଗ ଡିସିଆଇ (ଡ୍ରେଜିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ) ଏହି ଖନନ କରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସୂଚନା ଦେଇଛନ୍ତି। ଏହା ସଫଳ ହେଲେ ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ରାୟ କହିଛନ୍ତି। ଗତବର୍ଷ ଯେଉଁ ଡ୍ରେଜିଂ ସଂସ୍ଥା ସେଠାରେ ଖନନ କରିବାକୁ ସ୍ବୀକୃତି ପାଇଥିଲା, ସେଥିରେ ସେ ଅସଫଳ ହୋଇଥିଲା। ଫଳରେ ସଂସ୍ଥା ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ମୁହାଣ ଅଞ୍ଚଳକୁ ଖନନ କରିବା ପାଇଁ ଡିସିଆଇ ସହ କଥାବାର୍ତ୍ତା ସରିଛି। ଚଳିତ ମାସ ୨୫ରୁ ୨୮ ତାରିଖ ମଧ୍ୟରେ ଡିସିଆଇର ଡ୍ରେଜର କଲମ୍ବୋରୁ ପାରାଦୀପ ଆସିବ।
ସୂଚନାଯୋଗ୍ୟ, ମହାନଦୀ ମୁହାଣ ୧୯୯୮-୯୯ ମସିହାରେ ଖନନ କରାଯାଇ ୧୩ ମିଟର ଗଭୀର କରାଯାଇଥିଲା। ସେତେବେଳେ ମାଛଧରା ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ସେହିପରି ସ୍ଥାନୀୟ ୟୁଗୋସ୍ଲାଭିଆ କଲୋନୀ ୫ନଂ ଗେଟ୍‌ ପାଖରେ ଥିବା ମାଛଧରା ବନ୍ଦରକୁ ସେତେବେଳେ ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରଠାରୁ ମୁହାଣ ଅଞ୍ଚଳ ଖନନ ନ ହେବା ଫଳରେ କ୍ରମଶଃ ପୋତି ହେବାରେ ଲାଗିଛି। ଏବେ ସେଠାରେ ଜୁଆର ସମୟରେ ୨ ମିଟର ଗଭୀର ରହୁଥିବାବେଳେ ଅନ୍ୟ ସମୟରେ ୫ ଫୁଟ୍‌ ଗଭୀର ରହୁଛି।
ମୁହାଣ ପୋତି ହେବା ଫଳରେ ଅଞ୍ଚଳରେ ଅଧିକ କରେଣ୍ଟ (ଅନ୍ତଃସ୍ରୋତ) ରହୁଛି। ଯଦ୍ଦ୍ବାରା ମାଛଧରା ଟ୍ରଲର ଡଙ୍ଗା ଯାତାୟାତରେ ବାଧା ଉପୁଜୁଛି। ଏପରି କି ପ୍ରତିବର୍ଷ ଏକାଧିକ ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହୋଇସାରିଲାଣି। ଏହା ମଧ୍ୟରେ ୨୦୧୧ ନଭେମ୍ବରରେ ମାଛଧରା ବନ୍ଦରକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ମାଛଧରା ବନ୍ଦର ପରିଚାଳନା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରତିବର୍ଷ ମହାନଦୀ ମୁହାଣ ଖନନ ପାଇଁ ମତ୍ସ୍ୟଜୀବୀଙ୍କ ଦାବିକୁ ରାଜ୍ୟ ସରକାର ଏଡାଇ ଚାଲିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତେକ୍ଷେପ କରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିସ କ୍ରମେ ସାଗରମାଳା ପ୍ରକଳ୍ପ ଅଧୀନରେ ପାରାଦୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୧୮ ମସିହାରେ ପାରାଦୀପ ବନ୍ଦର ସିଏସ୍‌ଆର ଅର୍ଥରେ ଏହାକୁ ଖନନ କରିବ ବୋଲି ଘୋଷଣା କରିଥିଲା। ଏଥିପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିଲା। ମାତ୍ର ଯେଉଁ ସଂସ୍ଥା ଏହି ଖନନ କାର୍ଯ୍ୟ କରୁଥିଲା ସେ ବିଫଳ ହେବାରୁ ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ବନ୍ଦର ଅଧ୍ୟକ୍ଷଙ୍କ ଏହି ଘୋଷଣାକୁ ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ସୁମନ୍ତ ବିଶ୍ୱାଳ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଗରିବ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ମତ୍ସ୍ୟ ବିଭାଗର ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ ମଧ୍ୟ ପାରାଦୀପ ବନ୍ଦର ପଦକ୍ଷେପକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ

ଭଞ୍ଜନଗର,୪।୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ କିଛିଦିନ ହେଲା ୨୫ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ...

ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ

କଟକ,୪ା୧(ଶିଳ୍ପା ପ୍ରିୟଦର୍ଶିନୀ):ଭୁବନେଶ୍ୱରରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ, ଆ...

୧୧ରୁ ଶୀତ ମହୋତ୍ସବ: ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା କମିଟି

ଦାରିଙ୍ଗବାଡି,୪।୧(ଅରୁଣ ସାହୁ):ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟିଛନ୍ତି। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ...

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ

ରଘୁନାଥ ଘୁନାଥପୁର,୩୧ (ରାଜେନ୍ଦ୍ର ନାରା ନାରାୟଣ ସିଂହ):ଥାନା ଅନ୍ତର୍ଗତ ଜଗତ୍‌ସିଂହପୁର ଥାନ ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଶୁକ୍ରବାର ରାତି ୧୦ଟାରେ ବାଣ ବିସ୍ଫୋରଣ...

ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ଉଠାଣକୁ ଦେଢ଼ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନବିକ୍ରିରେ ଜିଲାର ଚାଷୀମାନେ ନାନା ସମସ୍ୟାରେ...

ଭବାନୀପାଟଣାରେ ମାଙ୍କଡ଼ ଆତଙ୍କ ଜାରି

ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୁଣି ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ସହରର ଗୋଦାମପଡ଼ାରେ ଗୋଟିଏ ମାଙ୍କଡ଼ ପ୍ରାୟ ୧୫ ଜଣଙ୍କୁ...

ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ...

ହତ୍ୟା ଉଦ୍ୟମ ଘଟଣା: ବାପ,ପୁଅ ସମେତ ୩ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଶ୍ରୀ ଗୋପୀନାଥ ପାଣି ପଞ୍ଚାୟତ କମିଟି ସଭାପତି ଏସ୍‌. ସହଦେବ ରେଡ୍ଡୀଙ୍କୁ ପୂର୍ବ ଶତ୍ରୁତାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri