ମୁମ୍ବାଇ,୧୬।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବ୍ରାଏନା ଲାରା, ମୁଥିଆ ମୂରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବାର ଦେଖିବାକୁ ମିଳିବ। ୨୦୨୦ ଫେବୃଆରୀରେ ରୋଡ ସେଫ୍ଟି ଓ୍ବାଲର୍ଡ ସିରିଜରେ ବିଶ୍ୱର ପ୍ରମୁଖ କ୍ରିକେଟରଭାଗ ନେବେ। ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଦେବାପାଇଁ ଏହି ସିରିଜ୍ ଖେଳାଯିବ ବୋଲି ସୂଚନା ମିଳିଛି। ଏହି ସିରିଜର ପ୍ରଥମ ସଂସ୍କରଣ ଭାରତରେ ଖେଳାଯିବାର ଯୋଜନା କରାଯାଉଛି। ଟି-୨୦ ଢଙ୍ଗରେ ଏହି ସିରିଜ ଆୟୋଜନ ହେବାକୁ ଥିବାବେଳେ ୧୧୦ ପୂର୍ବତନ ଖେଳାଳି ଏଥିରେ ଖେଳିବାର ସମ୍ଭାବନା ରହିଛି।