ପୁଣେରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅଭିଜିତ ସଞ୍ଜୟ ଜାମ୍ବୁର। ସେ ଏକ ସଫ୍ଟୱେର କମ୍ପାନୀର କର୍ମଚାରୀ ବୋଲି ଶନିବାର ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଜିତଙ୍କୁ ଜୁନ ୨୯ତାରିଖ ଗୁରୁବାର ପୁଣେରୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟଙ୍କ ଅନୁମତିରେ ତାଙ୍କୁ ତିନିଦିନିଆ ଟ୍ରାନ୍‌ଜିଟ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯିବା ପରେ ଶନିବାର ଏଠାକାର କୋର୍ଟରେ ହାଜର କରାଯାଇଛି। ଅଭିଜିତ୍‌ ଗୁଜରାଟର ଆନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ)ରେ ସ୍ନାତକୋତ୍ତର କରିଥିବା ବେଳେ ପୁଣେର ଏକ ସଫ୍ଟୱେର୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନାନୁସାରେ ଅଭିଜିତ୍‌ ଦୀର୍ଘ ଦିନ ଧରି ୨ ପାକିସ୍ତାନୀ ଗୁପ୍ତଚର ଓ ପାକିସ୍ତାନ ଆର୍ମି ଗୁପ୍ତଚରଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ୨୦୧୮ରେ ସେ ଫେସ୍‌ବୁକ ମେସେଞ୍ଜର ମାଧ୍ୟମରେ ପାକିସ୍ତାନର ଫୈସାଲବାଦ ଖାନ୍‌କିର ସୟଦ ଦାନିଶ ଅଲି ନାକଭିଙ୍କ ସହ ପରିଚିତ ହୋଇଥିଲେ। ଏପରି କି ଅଭିଜିତ୍‌ ଆମେରିକାର ଏକ ଶିକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ଚେଗ୍‌’ରେ ଜଣେ ଫ୍ରିଲାନ୍ସର ଭାବେ କାମ କରୁଛନ୍ତି ବୋଲି ଦାନିଶଙ୍କୁ କହିଥିଲେ। ଏହାପରେ ଅଭିଜିତ ତାଙ୍କ ୟୁଜର୍‌ ଆଇଡି ଏବଂ ପାସୱାର୍ଡକୁ ଦାନିଶଙ୍କୁ ଶେୟାର କରିଥିଲେ। ଫଳରେ ଅଭିଜିତଙ୍କ ନାମରେ ଦାନିଶ ଚେଗ୍‌ରେ କାମ କରୁଥିଲେ। ସେଥିରୁ ମିଳୁଥିବା ଟଙ୍କା ଅଭିଜିତ୍‌ଙ୍କ ଆକାଉଣ୍ଟକୁ ଆସୁଥିଲା। କିଛି ଦିନ ପରେ ଦାନିଶ ଅଭିଜିତଙ୍କୁ ମିଳୁଥିବା ଟଙ୍କାର କେତେ ପ୍ରତିଶତ ଦେବାକୁ କହିବା ସହ ତାଙ୍କ ସହଯୋଗୀଙ୍କ ସହ ପରିଚିତ କରାଇଥିଲେ। ପରେ ଦାନିଶ ପାକିସ୍ତାନ କରାଚିରେ ଥିବା ବନ୍ଧୁ ଖୁରାମ ଓରଫ ଅବଦୁଲ ହମିଦଙ୍କ ସହ ପରିଚିତ କରାଇଥିଲେ। ଖୁରାମ ପାକିସ୍ତାନ ସେନାର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ। ଖୁରାମଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ପିଆଇଓକୁ ଟଙ୍କା ଟ୍ରାନ୍ସଫର କରୁଥିଲେ ବୋଲି ଏସଟିଏଫ୍‌ ଜାଣିବାକୁ ପାଇଛି। ଅଭିଜିତ୍‌ ହ୍ବାଟ୍‌ସଆପ ମାଧ୍ୟମରେ ୭ ଜଣ ପାକିସ୍ତାନୀ ନାଗରିକ ଏବଂ ୧୦ ଜଣ ନାଇଜେରିଆ ନାଗରିକଙ୍କ ସହ ମଧ୍ୟ କଥା ହେଉଥିଲେ। ଅପରପକ୍ଷେ ଏହି ମାମଲାରେ ଅଭିଜିତଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍‌ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କ କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍‌ର ପ୍ରମାଣ ପାଇବା ପରେ ଉଭୟ ଅଭିଯୁକ୍ତଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟରେ ଥିବା ୧ କୋଟିରୁ ଅଧିକକsକକକ ବ୍ଲକ୍‌ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ...

ଧାନ ସଂଗ୍ରହ ଶେଷ: ଜାଣନ୍ତୁ ଏବର୍ଷ କିଣାହେଲା କେତେଟନ୍‌

ଭୁବନେଶ୍ୱର,୧।୪: ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ...

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର...

ସୋସିଆଲ ମିଡିଆରୁ ଶିଖି ଲକ୍ଷପତି ଦିଦିଙ୍କ ଲଡୁ ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୪(ଅରୁଣ ସାହୁ): ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯିବ ଏହି ବ୍ୟବସ୍ଥା କରାଯିବା ପାଇଁ ରାଜ୍ୟ...

କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ

ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ବହିଷ୍କାର କଲେ ଜିଲାପାଳ

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମର ୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଦୁଇରୁ ଅଧିକ ସନ୍ତାନ ଥିବାରୁ ଜିଲାପାଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image