ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ସହରାଞ୍ଚଳର କମାରଯୋଡାଠାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରକାଶଯୋଗ୍ୟକି, ପ୍ରାୟ ୧୬ ଏକର ପରିମିତ ଏହି ପୋଖରିଟି ପ୍ରାୟ ୫୫ ବର୍ଷ ହେବ ରହିଅଛି। ଏହା ଉପରେ ସହରର ୭ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏହି ପୋଖରୀର କେତେକ ସ୍ଥାନରେ ପ୍ରାକୃତିକ ଜଳସ୍ରୋତର ଝର ରହିଛି। ପୋଖରୀରେ ଜଳ ପୁରିଗଲେ ଏହାର ଜଳ ଏକ ଗେଟ୍ ଦେଇ ନାଳ ରୂପରେ ପ୍ରବାହିତ ହୋଇ ଏହାର ଜଳ ସହରର ୬, ୮ ଓ ୯ ନଂ ଓ୍ବାର୍ଡରେ ଜଳ ଅଭାବକୁ ଦୂର କରୁଥିଲା। ଏହି ନାଳ ଉପରେ ଭରସା କରି ପୂର୍ବେ ଭୂୟାଁ ବସ୍ତିର ଲୋକମାନେ ଧାନ ଚାଷ, ପରିବା ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ। ଏହି ପୋଖରୀ ନିକଟକୁ ଲାଗି ବାଂଶପାଣି ରେଳ ସାଇଡିଂ ରହିଛି। ଏହି ରେଳ ସାଇଡିଂରେ ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡ ଗଛିତ ହୋଇ ରହୁଥିଲା ା ଫଳରେ ବର୍ଷା ଦିନରେ ଏହି ଲୁହାପଥର ଗୁଣ୍ଡ ଧୋଇ ହୋଇ ପୋଖରୀରେ ମିଶି ଏହାକୁ ସଙ୍କୁଚିତ କରିଦେଇଛି। ପ୍ରାକୃତିକ ଝରରୁ ପଙ୍କ ଉଦ୍ଧାର ନ ହେବାରୁ ଝର ସ୍ରୋତ ଧୀରେ ଧୀରେ କମିବାରେ ଲାଗିଲା ଓ ପ୍ରବାହିତ ନାଳ ଶୁଷ୍କ ହେଲା ା ପୋଖରୀର ପାଣି ନିଷ୍କାସିତ ନହୋଇ ପଙ୍କ ଜମି ଧୀରେ ଧୀରେ ଏହା ଦୂଷିତ ହେଲା। ଏହା ସହିତ ସ୍ଥାନୀୟ ଲୋକେ ଗାଧୋଇବା, ଲୁଗାସଫା ଏବଂ ପଶୁପକ୍ଷୀମାନଙ୍କ ଦ୍ୱାରା ପୋଖରୀର ଜଳ ଦୂଷିତ ହେଲା ା ଫଳରେ ପୋଖରୀର ଜଳ ବ୍ୟବହାର ଅନୁପଯୋଗୀ ହେଲା। ସ୍ଥାନୀୟ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷରୁ ପୌରପାଳିକାକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଅନେକ ଥର ଖବର ପରିବେଷଣ ହୋଇଆସିଛି। ଗତ ତା୨୭।୪।୨୦୧୭ ରିଖରେ ଶୀର୍ଷକ ‘୧୬ ଏକର ବନ୍ଧ ଏବେ ୫ ଏକର’ ଖବର ପ୍ରକାଶିତ ହୋଇଥିଲା ା ଏହାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଧରିତ୍ରୀରେ ପ୍ରକାଶିତ ଏହି ଖବରର ପ୍ରଭାବ ପଡିଥିଲା ା ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଗୃହ କମିଟି, ସହରାଞ୍ଚଳ ଉନ୍ନୟନ ବିଭାଗ ଓ ଓଡିଶା ମାଇନିଂ ବିୟରିଂ ଏରିଆ ଡେଭେଲପମେଣ୍ଟ ସୋସାଇଟି(ଓମବାଡିସି) ଅନୁଦାନରୁ ୬.୩୧ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକାକୁ ନିର୍ଦ୍ଦେଶ ହୋଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଯର୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏହାକୁ ଇ-ଟେଣ୍ଡର ମାଧ୍ୟମରେ ୧୧ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ା
Posted inଆମ ଜିଲା ଖବର, କେନ୍ଦୁଝର View All

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ
କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ
ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ, ଗୁରୁମନ୍ତ୍ର ଦେଲେ ନେତା
ପାଟଣା,୧୯ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାଜପା ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ ଶନିବାର ଅପରାହ୍ନ ୨ଟାରେ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ...

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ
ମୋହନା,୧୯ା୪(ମନ୍ମଥ ମିଶ୍ର)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍ବ)ର ଗଞ୍ଜେଇ ଜବତ...

ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ...

କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକଙ୍କ ବୈଠକ
ଜି.ଉଦୟଗିରି,୧୯ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ୍ କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ ଏବଂ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁମିତାରାଣୀ...

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍ ଖୁଣ୍ଟ ପଡ଼ି ଭାଙ୍ଗିଲା କାର
ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଏକ କାର...