ବିଶ୍ୱାସ ଅଛି, ଜୀବନରେ ଥରେ ଜଗନ୍ନାଥ ଧାମକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମୁକ୍ତି ମିଳେ। କାହିଁ କେତେଦୂରରୁ ପାଦରେ ଚାଲି ଚାଲି ଆସୁଥିଲେ ଭକ୍ତ। ପରିଚିତ ଥିଲେ ତୀର୍ଥଯାତ୍ରୀ ଭାବରେ। ଗାଡ଼ି/ମୋଟରର ସୁବିଧା ନ ଥିଲା। ସମସ୍ତଙ୍କ ପାଇଁ ଶଗଡ଼ ଗାଡ଼ି କି ଘୋଡା ଗାଡ଼ି ସମ୍ଭବ ନ ଥିଲା। ତଥାପି ଧାମରେ ପହଞ୍ଚତ୍ ବିଧି ଅନୁସାରେ ତୀର୍ଥ କରୁଥିଲେ। ତୀର୍ଥରୁ ଫେରିଲା ବେଳେ ସ୍ମୃତି ସାଇତିବା ପାଇଁ ସାଙ୍ଗରେ ନେଇଯାଉଥିଲେ ତିନୋଟି ଚିଜ। ନିର୍ମାଲ୍ୟ ପୁଡ଼ିଆ, ବେତବାଡ଼ି ଓ ଯାତ୍ରୀପଟି।
ଯାତ୍ରୀପଟି ହେଉଛି ମହାପ୍ରଭୁଙ୍କ ରୂପଚିତ୍ର। ହାତରେ ଶିଳ୍ପୀଟିଏ ଆଙ୍କିଦେଇଥିବା ଚିତ୍ର। ଏଥିରେ ମନ୍ଦିର ଚିତ୍ରଠାରୁ ତୀର୍ଥମାନଙ୍କର ଚିତ୍ର ମଧ୍ୟ ସାମିଲ ଥିଲା। ସେବେ ନା ଫଟୋ ଉଠାଇବା ବ୍ୟବସ୍ଥା ଥିଲା ନା ଛାପା ବ୍ୟବସ୍ଥା। ଯାତ୍ରୀପଟି ହିଁ ଜଗନ୍ନାଥ ଧାମର ପ୍ରଚାର ପ୍ରସାର କରୁଥିଲା ସାରା ଦେଶରେ। କ୍ୟାମେରା ବ୍ୟବହାର ପରେ ଯାତ୍ରୀପଟି ପ୍ରତି ତୀର୍ଥଯାତ୍ରୀମାନେ ମୁହଁ ଫେରାଇ ନେଇଥିଲେ। ଓଡ଼ିଶାର ପ୍ରାଚୀନ ଚିତ୍ରକଳାର ଐତିହ୍ୟ ଅଲୋଡ଼ା ହୋଇ ଚାଲିଲା। ରହିଗଲା କେବଳ କେତେକ ମଠ, ମନ୍ଦିର, ଆଶ୍ରମ ଓ ଶାସେନୀ ଗଁ।ମାନଙ୍କରେ।
ନଜର ପଡ଼ିିଲା କଳାପ୍ରେମୀ ଦୂର ବିଦେଶୀ ପର୍ଯ୍ୟଟକଙ୍କର। ଆଦର ବଢିଲା, ମାତ୍ର କୁଳବେଉସା ଭାବରେ ପୁରୁଷାନୁକ୍ରମେ ଏହି କଳାକୁ ଆଦରି ନେଇଥିବା କାରିଗରମାନେ ସେତେବେଳକୁ ଏହି କଳାରୁ ମୁହଁ ଫେରାଇ ନେଇଥିଲେ। କଁ। ଭଁ। ପୁରସ୍ତମରେ ଦୁଇଚାରି ଜଣ କାରିଗର ଚଳଚଞ୍ଚଳ ଥିଲେ। ସେଇମାନେ କେବଳ ଜାଣିଥିଲେ କାଗଜରେ ଗୋଟିଏ ପରସ୍ତ କନା ଦିଆଯାଇ ଖଡ଼ିମଣ୍ଡ ଦିଆଯିବା ଶୈଳୀ। ୧୨ ପ୍ରକାରର ଯାତ୍ରୀପଟି ଆଉ ନ ଥିଲା। ପଟିରୁ ଯାଇ କାନ୍ଥରେ ପହଞ୍ଚତ୍ଥିଲା ଚିତ୍ର। ବିଭିନ୍ନ ମଠରେ ସେଇ ପ୍ରାକୃତିକ ଚିତ୍ରର କଳା କାନ୍ଥରେ ଆଜି ଦେଖିବାକୁ ମିଳେ। ପୁରସ୍ତମର ମଠମାନଙ୍କରେ, ବୁଗୁଡ଼ାର ଶ୍ରୀବିରଞ୍ଚତ୍ନାରାୟଣ ମନ୍ଦିରରେ ଓ ଧରାକୋଟର ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ପାରଳାଖେମୁଣ୍ଡିଠାରେ।
-ଡ. ସୁରେନ୍ଦ୍ର କୁମାର ମିଶ୍ର