ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଗତ ୪ତାରିଖ ସୁଦ୍ଧା ସମସ୍ତ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସକାଳୁ ଜିଲା ପ୍ରଶାସନ ଓ ପୁରୀ ପୌର ସଂସ୍ଥା ପକ୍ଷରୁ ଏହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏଠାରେ ଥିବା ସମସ୍ତ ଦୋକାନୀଙ୍କୁ ଥଇଥାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଉଚ୍ଛେଦ କାମରେ ୩ଟି ଜେସିବି ନିୟୋଜିତ କରାଯାଇଛି। କିିଛିଦିନ ତଳେ ମାର୍କେଟ ଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଭଙ୍ଗା ଯାଇଥିଲା।