ପୁରୀ ଷ୍ଟେଶନ ଅନୁଧ୍ୟାନ କଲେ ପିଏସ୍‌ସି ଟିମ୍‌: ଫୁଡ୍‌ ପ୍ଲାଜାକୁ ୧୦ ହଜାର, ଠିକାଦାରଙ୍କୁ ୨୫ହଜାର ଜରିମାନା

ପୁରୀ ଅଫିସ, ୧୭ା୭: ଭାରତୀୟ ରେଳ ମନ୍ତ୍ରଣାଳୟର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ୫ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ବୁଧବାର ପୂର୍ବାହ୍ନରେ ଏହି ଟିମ୍‌ ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଏବଂ ଅପରାହ୍ନରେ ପୁରୀ ଷ୍ଟେଶନ ଅନୁଧ୍ୟାନ କରିଛନ୍ତି। କମିଟି ଚେୟାରମ୍ୟାନ ରମେଶ କୁମାର ରନତ୍ଙ୍କ ନେତୃତ୍ୱରେ ପଞ୍ଚାନନ ରାଉତ, ସତ୍ୟବ୍ରତ ଦତ୍ତ, ଭେଙ୍କଟରମଣୀ, ରାଜୀବ କୁମାର ଶର୍ମା ପ୍ରମୁଖ ୫ଜଣିଆ ଟିମ୍‌ ଅପରାହ୍ନ ୫ଟାରେ ପୁରୀ ଷ୍ଟେଶନରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଷ୍ଟେଶନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଷ୍ଟେଶନ ପରିସର ବୁଲି ଦେଖିବା ସହ ପ୍ଲାଟଫର୍ମରେ ସ୍ବଚ୍ଛତା ଓ ୨୪ଘଣ୍ଟିଆ ପାନୀୟଜଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ଯାତ୍ରୀମାନଙ୍କୁ ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଟିକେଟ କାଉଣ୍ଟର, ଇନକ୍ବାରୀ, ପ୍ରତୀକ୍ଷା କକ୍ଷ ଏବଂ ଆଇସିଟିସି ଦ୍ୱାରା ପରିଚାଳିତ ଫୁଡ ପ୍ଲାଜା ରୋଷେଇ ଘର ଅନୁଧ୍ୟାନ କରିଥିଲେ। ଫୁଡ୍‌ ପ୍ଲାଜା ଦ୍ୱାରା ଦିଆଯାଉଥିବା ଜନତା ମିଲ୍‌ରେ ଏକ୍ସପାଏରୀ ତାରିଖ ଏବଂ ମୂଲ୍ୟ ଦର୍ଶାଯାଇ ନ ଥିବାରୁ କର୍ତ୍ତୃପକ୍ଷଙ୍କୁ ୧୦ହଜାର ଟଙ୍କା ଏବଂ ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତୀକ୍ଷା ଗୃହ ଓ ଶୌଚାଳୟ ନିୟମିତ ସଫେଇ କରାଯାଉ ନ ଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ୨୫ହଜାର ଟଙ୍କା ଜରିମାନା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୩ଦିନ ମଧ୍ୟରେ ପ୍ଲାଟଫର୍ମର ଖାଲଢିପ ମରାମତି କରିବାକୁ କହିଛନ୍ତି।
ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଉକ୍ତ ଟିମ୍‌କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁରୀ ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଟିମ୍‌କୁ ଭେଟି ଷ୍ଟେଶନର ବିିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇବା ସହ ସିଦ୍ଧ ମହାବୀର ରେଲଓ୍ବେ ଫାଟକ ନିକଟରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ। ଧର୍ମରକ୍ଷା ଫାଉଣ୍ଡେଶନ ଆବାହକ ଶରତ ଜୟସିଂ ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ, ଯାତ୍ରୀନିବାସ, ମେଡିକାଲ ସୁବିଧା ଏବଂ କୋଣାର୍କକୁ ରେଳପଥ ସହିତ ସଂଯୋଗ କରିବାକୁ ଦାବି ଜଣାଇଥିଲେ। ସେହିପରି ଶ୍ରୀକ୍ଷେତ୍ର ଜର୍ଣ୍ଣାଲିଷ୍ଟ ଫୋରମ୍‌ ପକ୍ଷରୁ ୧୦ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ଷ୍ଟେଶନ ପରିସରରେ ଆମ୍ବୁଲାନ୍ସ, ଫୁଟ ଓଭରବ୍ରିଜ ନିର୍ମାଣ, ଫ୍ଲାଟଫର୍ମକୁ ଉଚ୍ଚ କରିବା, ଛାତ ନିର୍ମାଣ, ଜିଆର୍‌ପି ଥାନା ପ୍ରତିଷ୍ଠା, ପାର୍କିଂ ସ୍ଥାନ, ପାନୀୟଜଳ ବ୍ୟବସ୍ଥା, ଶିଶୁଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଦାବି ଉପସ୍ଥାପନ ହୋଇଛି। କମିଟି ଚେୟାରମ୍ୟାନ ରନତ୍ କହିଥିଲେ, ଆମ ଟିମ୍‌ ପୁରୀ ଷ୍ଟେଶନ ଅନୁଧ୍ୟାନ କରିଛି। ଏ ସଂକ୍ରାନ୍ତ ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ବିଭିନ୍ନ ସଂସ୍ଥା ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଦାବି କରିଛନ୍ତି। ଏଥିସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ଉପରେ ତଜମା କରାଯିବ। ଯାତ୍ରୀଙ୍କ ସୁବିଧା ପ୍ରତି ରେଳ ବିଭାଗ ଗୁରୁତ୍ୱ ଦେଉଛି। କେନ୍ଦ୍ର ସରକାର ଯାତ୍ରୀଙ୍କ ସୁରକ୍ଷା, ସମସ୍ତ ସୁବିଧା ପ୍ରଦାନ ଲାଗି ପ୍ରତିଶ୍ରୁତିବଦ୍ଧ। ଏଠାରେ ରହିଥିବା ସମସ୍ୟା ସମ୍ପର୍କରେ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ସୁପାରିଶ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି...

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri