ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ ରପ୍ତାନୀ କରୁଛନ୍ତି। ସଚେତନ ଅଭାବରୁ ସାଧାରଣ ମତ୍ସ୍ୟଜୀବୀ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ମାଛ ଚାଲାଣକାରୀ। ଏମିତିକି ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ଏବଂ ଅନ୍ୟ ମାଛ ଧରାପଡୁଛନ୍ତି। ମାତ୍ର ମତ୍ସ୍ୟଜୀବୀମାନେ ସେହି ମାଛର ଉପାଦେୟତା ଏବଂ ଏହାକୁ ଧରିବା କଥା କି ନାହିଁ ସେ ବିଷୟରେ ଜାଣିପାରୁ ନାହାନ୍ତି । ଫଳରେ କେତେକ ପ୍ରଜାତିର ମାଛ ବିଲୁପ୍ତପ୍ରାୟ ହୋଇଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷରେ କରୋନା କଟକଣା ପାଇଁ ବର୍ତ୍ତମାନ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ପ୍ରାୟତଃ ଯାଉନାହାନ୍ତି। ଯନ୍ତ୍ରଚାଳିତ ବୋଟ, ଡଙ୍ଗା, ଟ୍ରଲର ଆଦି ଚଳାଚଳ କରୁନାହିଁ। ସମୁଦ୍ର ଶାନ୍ତ ରହିଥିବାରୁ ବିଭିନ୍ନ ପ୍ରକାର ଜଳଜୀବ କୂଳମୁହଁ। ହେଉଛନ୍ତି, ଯାହାକି ଏକ ଶୁଭ ଲକ୍ଷଣ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକ କହିଛନ୍ତି।
ପୁରୀ ସହରର ମତ୍ସ୍ୟଜୀବୀମାନେ ପ୍ରତ୍ୟହ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ହଜାର ଜହାର ସଂଖ୍ୟାରେ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ସେମାନଙ୍କ ପରିବାର ଚଳାଇଥାନ୍ତି। ସମୁଦ୍ର ଭିତରେ ଜାଲ ପକାଇ ମାଛ ଧରିବା ସହ ସୂତି ମଧ୍ୟ ପକାଇଥାନ୍ତି। ବେଳେବେଳେ ଜାଲରେ ବିରଳ ପ୍ରଜାତିର ମାଛ ପଡୁଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ଚିହ୍ନି ନ ପାରି ଏହାକୁ ସାଧାରଣ ମାଛ ଦାମ୍‌ରେ ବିକ୍ରି କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ପାଇଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଉନାହାନ୍ତି। ତଥାପି କଁ। ଭଁ। ମତ୍ସ୍ୟଜୀବୀ ଯାଉଛନ୍ତି। ଶୁକ୍ରବାର ଅପରାହ୍ନରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ସାର୍କ ମାଛ ପଡିଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ କି ମାଛ ବୋଲି ପଚାରିବାରୁ ସେ ଜାଣି ନ ଥିବା କହିଥିଲେ। ବର୍ତ୍ତମାନ ବ୍ୟବସାୟୀ ଆସୁ ନ ଥିବାରୁ ସେ ଏହାକୁ ଘରକୁ ନେଇଯାଇଥିଲେ।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଞ୍ଜନ ରଥ କହିଛନ୍ତି ଏହା ବିରଳ କିମ୍ବା ବିଲୁପ୍ତ ପ୍ରାୟ ପ୍ରଜାତିର ହାମରହେଡେଡ୍‌ ସାର୍କ। ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର) ଅନୁସାରେ ଏହାକୁ ଧରିବା କିମ୍ବା ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। ଏହା ସାଧାରଣତଃ ସମୁଦ୍ର ତଳ ଭାଗରେ ବାସ କରିଥାନ୍ତି । ମୁହଁର ଅଗ୍ରଭାଗରେ ଥିବା ହାମର (ହାତୁଡ଼ି ସଦୃଶ)ରେ ଛୋଟ ଜଳଜୀବଙ୍କୁ ବାଡେଇ ନିସ୍ତେଜ କରିବା ପରେ ଖାଇଥାନ୍ତି। ଏମାନେ ସାଧାରଣତଃ ଜାଲରେ ପଡ଼ି ନ ଥାନ୍ତି । ୨୦୦୫ ପୂର୍ବରୁ ପୁରୀ ସମୁଦ୍ର ଏବଂ ଚିଲିକାରେ ଏମାନଙ୍କୁ ଦେଖିବାକୁ ମିଳୁଥିଲା। ଦୀର୍ଘ ୧୫ ବର୍ଷ ହେଲାଣି ଏହି ପ୍ରଜାତିର ସାର୍କଙ୍କ ଅସ୍ତିତ୍ୱ ନ ଥିଲା। ଏହି ପ୍ରଜାତିର ଛୋଟ ସାର୍କ ସାଧାରଣତଃ ମୁହାଣ ଏବଂ ସମୁଦ୍ର କୂଳ ପାଖାପାଖି ଦେଖାଯାଆନ୍ତି। ବଡ଼ ସାର୍କ ଗଭୀର ସମୁଦ୍ରରେ ରୁହନ୍ତି। କରୋନା କଟକଣା ଯୋଗୁ ଏବେ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ଯାଉ ନାହାନ୍ତି। ତେଣୁ ଏହି ପ୍ରଜାତିର ସାର୍କ ସହିତ ଅନ୍ୟ କେତେକ ଜଳଜୀବ କୂଳମୁହଁା ହୋଇଥିବା ରଥ କହିଛନ୍ତି । କିଛିଦିନ ତଳେ ଗୋପାଳପୁରରେ ଏକ ବର୍ଲିନ ହ୍ବେଲ ଜାଲରେ ପଡ଼ିବା ଏହାକୁ ଅନ୍ୟ ଏକ ପ୍ରମାଣ ବୋଲି ରଥ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ...

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର...

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri