ପୁରୀ ଅଫିସ,୨୧।୬: ପୁରୀ ଜିଲାରୁ ରବିବାର ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍ ସଂଖ୍ୟା ୨୧୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇଥିଲା ବେଳେ ୯୮ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି, ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଚିହ୍ନଟ ୩ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ଫଳରେ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ସ୍ପଷ୍ଟ ଜଣାପଡି ନାହିଁ। ଗତ କିଛିଦିନ ହେବ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ଜିଲାବାସୀଙ୍କ ସହ ପ୍ରଶାସନର ଚିନ୍ତା ବଢ଼ାଇଛି।
Posted inଆମ ଜିଲା ଖବର, ପୁରୀ