ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଶୁକ୍ରବାର ଚିହ୍ନଟ ୧୦ ନୂଆ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରାଣ୍ଟାଇନରେ ଥିଲେ ବୋଲି ବିଭାଗ ପକ୍ଷରୁ ସ୍ବଷ୍ଟ କରାଯାଇଛି। ଆକ୍ରାନ୍ତମାନେ କଣାସ ବ୍ଲକ କ୍ୱାରାଣ୍ଟାଇନ ସେଣ୍ଟରର ବୋଲି ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ଗତ ୯ ତାରିଖରେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। କରୋନା ପଜିଟିଭ ଜଣାପଡ଼ିବା ପରେ ସମସ୍ତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟ ଭଲ ଅଛି। ସେମାନେ ଯେଉଁ ସେଣ୍ଟରରେ ରହୁଥିଲେ ସେଠାରେ ମସସ୍ତଙ୍କର କୋଭିଡ ଟେଷ୍ଟ କରାଯାବ ବୋଲି ଜିଲାପାଳ କହିଛନ୍ତି।
Posted inକରୋନା ଭାଇରସ୍, ପୁରୀ