Posted inପୁରୀ

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା ନଜରକୁ ଆସିଛି। ବ୍ରିଟିଶମାନଙ୍କ ସଙ୍କେତ ସ୍ବରୂପ ଏହି କୀର୍ତ୍ତିରାଜି ଆଜି ବି ଅକ୍ଷୁଣ୍ଣ ରହିଛି। ବ୍ରିଟିଶ ଅମଳର ଏହି ହାତ ତିଆରି ଇଞ୍ଜିନକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ଜାତ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବୁଦ୍ଧିଜୀବୀ, ଗବେଷକମାନେ ଏହାକୁ ବୁଲି ଦେଖୁଥିବା ନଜରକୁ ଆସିଛି। ଦୀର୍ଘଦିନ ଧରି ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲେ ସୁଦ୍ଧା ଲୁହାରେ କଳଙ୍କି ଲାଗିନାହିଁ।
ସୂଚନା ଅନୁଯାୟୀ, ବ୍ରିଟିଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଗଭର୍ନରମାନେ ପୁରୀ ବୁଲି ଆସିବା ବେଳେ ରାଜଭବନରେ ବିଶ୍ରାମ କରୁଥିଲେ। ଗଭର୍ନରଙ୍କୁ ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ ବିଟ୍ରିଶ ସରକାର ଏହି ହାତଚାଳିତ ଇଞ୍ଜିନ ବ୍ୟବସ୍ଥା ଆରମ୍ଭ କରିଥିଲେ। ବ୍ରିଟିଶ ରାଜତ୍ୱର ଅନ୍ତ ଘଟିଥିଲେ ମଧ୍ୟ ଏଠାରେ ଏହି ପୁରାତନ କୀର୍ତ୍ତିରାଜି ଶୋଭାବର୍ଦ୍ଧନ କରୁଛି। ଏହାକୁ ଐତିହ୍ୟର ମାନ୍ୟତା ଦେବା ଲାଗି ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗବେଷକମାନେ ଦାବି କରିଛନ୍ତି। ସର୍ବୋଦୟ ନେତା ତଥା ଆଇନଜୀବୀ ଶିବପ୍ରସାଦ ମିଶ୍ର କହିଛନ୍ତି, ଏହା ପୁରୀ ପାଇଁ ଗୌରବ। ଏହାକୁ ନେତାଜୀ ସଂଗ୍ରହାଳୟରେ ସ୍ଥାନ ଦିଆଯାଉ। ଯଦ୍ଦ୍ବାରା ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକ, ଗବେଷକ, ଯୁବପିଢି, ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅବଗତ ହୋଇପାରିବେ। ସେହିପରି ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ବିଟ୍ରିଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଏହି ହାତଚାଳିତ ଲୌହ ଇଞ୍ଜିନକୁ ସୁରକ୍ଷିତ ଭାବେ ରଖାଯିବା ଉଚିତ। ଆଗାମୀ ପୀଢି ଲାଗି ଏହା ବହୁ ଉପାଦେୟ ହେବ। ଯୁବପିଢି ଏହାର ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଇବେ। ତେବେ ଏହା କାହା ଅଧୀନରେ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଇଡି ସଂସ୍ଥା ଅଧୀନରେ ରହିଥିବା କୁହାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହାକୁ ଯତ୍ନର ସହ ସାଇତି ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ଆହୁରି ଫିଟିବ ରହସ୍ୟ, ରତ୍ନଭଣ୍ଡାରରେ ପହଞ୍ଚିଲେ…

ଭୁବନେଶ୍ୱର,୧୮।୯: ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ। ସୁଡ଼ଙ୍ଗ ଖୋଜିବେ ବିଶେଷଜ୍ଞ ଟିମ। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ କରିବ ଟିମ୍‌। ଏଏସଆଇ...

ଆଜି ଖୋଲିପାରେ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ, କୋଠରି ରହସ୍ୟ

ପୁରୀ,୧୮ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ବୁଧବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏଏସ୍‌ଆଇର...

ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ବୋମାମାଡ଼

ପୁରୀ,୧୭।୯: ପୁରୀ ବଳିଆପଣ୍ଡା ଥାନା ନାଲିପଡ଼ିଆ ଅଞ୍ଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କେତେକ ଦୁର୍ବୃତ୍ତଙ୍କ ମାରଣାସ୍ତ୍ରରେ ବାପା-ପୁଅଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି।...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri