ଜୟପୁର, ୬।୭(ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଫଳରେ ଯାତାୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ହେଉଥିଲା। ମାତ୍ର ଶନିବାର ଲଗାଣ ବର୍ଷା ଯୋଗୁ ଅସ୍ଥାୟୀ ରାସ୍ତା ଉପରେ ୫ଫୁଟ ଉପରେ ଜଳ ପ୍ରବାହିତ ହେଉଅଛି। ୧୫ରୁ ଊଦ୍ଧର୍ବ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାଦେଇ ଯାଉଥିବା ସମସ୍ତ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।