ପୁରୁଷଙ୍କ ଅପେକ୍ଷା ଥାଇରଏଡରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ମହିଳା

ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହେଲାଣି। ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ ବଢ଼ିବା ସହିତ ରକ୍ତ ସନ୍ତୁଳନରେ ବାଧା ଉପୁଜିଥାଏ। ଏକ ଗବେଷଣା ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଥାଇରଏଡ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ମୁଖ୍ୟ କାରଣ ମହିଳାଙ୍କଠାରେ ଅଟୋ ମାଇଗ୍ରେଶନ ସମସ୍ୟା ଅଧିକ ହୋଇଥାଏ। ଏସ୍‌ଆର୍‌ଏଲ୍‌ ଡାଇଗ୍ନୋଷ୍ଟିକ ରିପୋର୍ଟ ଅନୁଯାୟୀ ୨୦ ପ୍ରତିଶତ ମହିଳାଙ୍କଠାରେ ଆଣ୍ଟି ବାୟୋଡିସ୍‌ ପଜିଟିଭ୍‌ ଥାଇରଏଡ୍‌ ମିଳିଥାଏ, ପୁରଷଙ୍କଠାରେ ୪୫ ପ୍ରତିଶତ ଦେଖାଯାଇଥାଏ। ୩୧ ବର୍ଷରୁ ୪୫ ବର୍ଷ ଲୋକଙ୍କଠାରେ ଏହି ସମସ୍ୟା ବେଶି ଦେଖାଯାଇଥାଏ। ଏହାର ପ୍ରଭାବ ଥାଇରଏଡ୍‌ ଗ୍ରନ୍ଥି ଉପରେ ପଡ଼ିଥାଏ। ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବା ପାଇଁ କିଛି ଉପାୟ ଆପଣାଇ ପାରିବେ।
ଆୟୋଡିନ କମ୍‌ ଯୋଗୁ ଏହି ସମସ୍ୟା ଉପୁଜିଥାଏ। ତେଣୁ ଶରୀରରେ ଆୟୋଡିନ ମାତ୍ରା ବଢ଼ାଇବାକୁ ପଡ଼ିଥାଏ। ଖାଦ୍ୟଜନିତ ଅନେକ କଟକଣା ମାନିବାକୁ ପଡିଥାଏ। ମିଠା, ଥଣ୍ଡା ପଦାର୍ଥ ଯୋଗୁ ଓଜନ ବଢ଼ୁଥିବା ହେତୁ ଖାଦ୍ୟପେୟରେ କମ୍‌ ସାମିଲ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ଏହି ୧୦ ଅଭ୍ୟାସ ଅଛି କି? ଯୁବାବସ୍ଥାରେ ବୃଦ୍ଧ ପରି ଆସିବେ ନଜର, ତୁରନ୍ତ କରନ୍ତୁ ଉପଚାର

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି।...

ଓ୍ବିଣ୍ଡ ଚାଇମ୍‌ ଲଗାଉଥିଲେ…

ଓ୍ବିଣ୍ଡ ଚାଇମ୍‌ କେବଳ ଘରର ଶୋଭା ବଢାଏ ନାହିଁ ଏହା ଅନେକ ବାସ୍ତୁଦୋଷକୁ ବି ଠିକ୍‌ କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ କଲର୍‌ର...

ଏହି ୩ ପେଟ ସମସ୍ୟା ଦୂର କରେ ଅଦା ପାଣି, ଜାଣନ୍ତୁ ଏହାର ପ୍ରସ୍ତୁତି…

ଅଦାକୁ ଭାରତୀୟ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଏହାର ଔଷଧୀୟ ଗୁଣ ଏହାକୁ ଆୟୁର୍ବେଦ ଏବଂ ଘରୋଇ ଉପଚାରରେ ଏକ...

କୋଲେଷ୍ଟରଲ ନିୟନ୍ତ୍ରଣ କରେ କଦଳୀ

ଏବେ ସବୁ ରୋଗର କାରଣ ପାଲଟିଛି ଅନିୟମିତ ଜୀବନଶୈଳି। ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର...

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image