ପାଲଲହଡ଼ା, ୧୬ା୮(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଥାନା ଯମରଡ଼ିହ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁ ଧୀବରଙ୍କୁ ତୀର ମାଡ଼ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଏଥିରେ ଗୁରୁ ଗୁରୁତର ହୋଇଛନ୍ତି। ଅଭିଯୋଗ ମୁତାବକ, ଗୁରୁ ଶୁକ୍ରବାର ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ସେହି ଗ୍ରାମର ଜୁଲୁମ ସିଂ ଚାତାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୀର ମାରିଥିଲେ। ଧୀବରଙ୍କ ବାମ ହାତରେ ବାଜି ତୀରଟି ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଳଲହଡା ଉପଖଣ୍ଡ ଡାକ୍ତରଖାନା ଓ ପରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ତାନ୍ତରିତ କରାଯାଇଛି।