ଭୁବନେଶ୍ୱର,୪ା୮(ବ୍ୟୁରୋ): ବିଶିଷ୍ଟ ସାହିତ୍ୟ ସାଧିକା, ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୬ତମ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ଏବଂ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ଏଲଆଇସି ଛକରେ ଥିବା ବରପୁତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରଫୁଲ ସାମଲ ଉପସ୍ଥିତ ରହି ନନ୍ଦିନୀ ଶତପଥୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।