ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୧ ମିଟରରୁ ଅଧିକ ହେବ ବୃଦ୍ଧି, ବୁଡ଼ିଯିବ ବହୁ ଉପକୂଳ ଅଞ୍ଚଳ

ଓ୍ବାଶିଂଟନ,୧୧।୫: ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ଆସନ୍ତା ୮୦ ବର୍ଷ ମଧ୍ୟରେ ୨୧୦୦ ବେଳକୁ ବାୟୁମଣ୍ଡଳର ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ମେରୁ ଅଞ୍ଚଳରେ ଥିବା ହିମଖଣ୍ଡ ତରଳିବା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଫଳରେ ସମୁଦ୍ରର ଜଳସ୍ତର ୧.୩ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସମୁଦ୍ରର ଜଳସ୍ତର ବଢ଼ିଲେ ବହୁ ଉପକୂଳ ଅଞ୍ଚଳ ସମୁଦ୍ରରେ ବୁଡ଼ିଯିବ। ଉପକୂଳ ଅଞ୍ଚଳ ସଙ୍କୁଚିତ ହେବାରୁ ୭୭ କୋଟିରୁ ଅଧିକ ଲୋକ ନିଜର ବାସସ୍ଥାନ ହରାଇବେ ବୋଲି ପରିବେଶ ବିଜ୍ଞାନୀ ସତର୍କ ସୂଚନା ଦେଇଛନ୍ତି। ଏନେଇ କ୍ଲାଇମେଟ୍‌ ଆଟମସ୍‌ପିୟରିକ୍‌ ସାଇନ୍ସ୍‌ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଧାରା ଜାରି ରହିଲେ ୨୩୦୦ ସୁଦ୍ଧା ସମୁଦ୍ର ଜଳସ୍ତର ୫.୬ ମିଟର ପର୍ଯ୍ୟନ୍ତ ବଢ଼ିଯିବ ବୋଲି ୧୦୦ରୁ ଅଧିକ ପରିବେଶ ବୈଜ୍ଞାନୀ ମତପୋଷଣ କରିଛନ୍ତି। ୨୧୦୦ ମଧ୍ୟରେ ସମୁଦ୍ର ଜଳସ୍ତର ୦.୬ରୁ ୧.୩ ମିଟର ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ସେହିପରି ପରବର୍ତ୍ତୀ ୨୦୦ବର୍ଷ ମଧ୍ୟରେ ଏହା ୧.୭ରୁ ୫.୬ ମିଟର ବଢ଼ିବ ବୋଲି ଅନୁମାନ କରାଯାଉଛି। ୧୯୯୨ରୁ ୨୦୦୧୭ ମଧ୍ୟରେ ମେରୁ ଅଞ୍ଚଳରୁ ୬୪୦ ହଜାର କୋଟି ଟନ୍‌ ଓଜନର ହିମଖଣ୍ଡ ତରଳି ଥିବା ଗବେଷକ କହିଛନ୍ତି। ଏହାଯୋଗୁ ଗତ ୧୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୪ ମିଲିମିଟର ବୃଦ୍ଧି ପାଇବାରେ ଲାଗିଛି। ଏଥି ଲାଗି ପୃଥିବୀ ଉପରେ ଆଗାମୀ ଦିନରେ ବଡ଼ ବିପଦ ମାଡ଼ି ଆସୁଥିବା ପରିବେଶ ବିଜ୍ଞାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri