Posted inଫୁରସତ

ପେଚା କାହିଁକି ରାତିରେ ଦେଖିପାରେ…

ପେଚା ଯେତିକି ଭୟଙ୍କର ସେତିକି ବୁଦ୍ଧିମାନ ମଧ୍ୟ। କେହି କେହି ପେଚାକୁ ବୋକା ବୋଲି ଭାବିଥାନ୍ତି। କିନ୍ତୁ ପେଚା ବିଷୟରେ ଏମିତି କିଛି ଖାସ୍‌ କଥା ଅଛି ଯାହା ଅଧିକାଂଶ ଲୋକେ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ …
ପେଚା ମା’ ଲକ୍ଷ୍ମୀଙ୍କ ବାହନ ଅଟେ। ପୃଥିବୀରେ ୨୦୦ରୁ ଅଧିକ ପ୍ରଜାତିର ପେଚା ଅଛନ୍ତି। କେବଳ ଆଣ୍ଟର୍କଟିକାକୁ ଛାଡ଼ିଦେଲେ ବିଶ୍ୱର ସମସ୍ତ ସ୍ଥାନରେ ପେଚା ଦେଖିବାକୁ ମିଳିଥାନ୍ତି। ପେଚା ଏକମାତ୍ର ପକ୍ଷୀ ଯିଏକି, ନୀଳରଙ୍ଗକୁ ଭଲ ଭାବରେ ଦେଖିପାରେ। ବର୍ଷକୁ ପ୍ରାୟ ୧ ହଜାର ମୂଷା ମାରି ଏହା ଖାଇଥାଏ। ପେଚା ଏମିତି ଏକ ପକ୍ଷୀ ଯିଏ ନିଜ ଶରୀର ନ ବୁଲାଇ ମୁଣ୍ଡକୁ ୨୭୦ ଡିଗ୍ରୀରେ ବୁଲାଇଥାଏ। ଯାହା ଦ୍ୱାରା ଚତୁଃପାର୍ଶ୍ୱରେ ଥିବା ସମସ୍ତ ଜିନିଷକୁ ଦେଖିପାରେ। ଯେକୌଣସି ବସ୍ତୁର ଥ୍ରୀ ଡି ଇମେଜ ମଧ୍ୟ ଏହା ଦେଖିପାରେ।

ଛବିର ଲମ୍ବ, ଚଉଡ଼ାକୁ ବେଶ୍‌ ଭଲ ଭାବେ ଦେଖିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିବାଲୋକରେ ପେଚାକୁ ଦେଖାଯାଏ ନାହିଁ। ରାତିରେ ଏହା ମଣିଷଠାରୁ ମଧ୍ୟ ବେଶ୍‌ ଭଲ ଭାବେ ଦେଖିପାରିଥାଏ। ଏହାର ଏକ କାରଣ ରହିଛି। ମଣିଷ ଆଖି ଭିତରେ ରଡ୍‌ସ ଏବଂ କୋନ୍‌ ରହିଛି। ରଡ୍‌ସରେ ଦେଖିବା ଶକ୍ତି ଥିବାବେଳେ କୋନ୍‌ ରଙ୍ଗ ଚିହ୍ନିପାରେ। କିନ୍ତୁ ପେଚା ଆଖିରେ କମ୍‌ କୋନ୍‌ ଏବଂ ଅଧିକ ରଡ୍‌ ରହିଛି। ଏଥିପାଇଁ ଅନ୍ଧାରରେ ଏହା ଭଲ ଭାବରେ ଦେଖିପାରେ। ଏହା ବ୍ୟତୀତ ପେଚା ଆଖିରେ ପ୍ରୋଟିନ୍‌ରୁ ତିଆରି ହୋଇଥିବା ଲାଲ୍‌ ରଙ୍ଗର ଏକ ପଦାର୍ଥ ରହିଛି । ଯାହା ଦ୍ୱାରା ରାତି ହେଲେ ଏହାର ଆଖି ଅଧିକ ସମ୍ବେଦନଶୀଳ ହୋଇଉଠେ। ଆହୁରି ଅନେକ କାରଣ ଯୋଗୁ ପେଚାକୁ ରାତିରେ ଭଲ ଭାବରେ ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri