ଶିମଲା,୨୫।୫: ହିମାଚଳପ୍ରଦେଶ ହୈରତ୍ଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ପେଟରୁ ୮ ଷ୍ଟିଲ୍ ଚାମୁଚ, ୨ ସ୍କୃ-ଡ୍ରାଇଭର, ୨ ଟୁଥ୍ ବ୍ରସ୍ ଏବଂ ଗୋଟିଏ ଛୁରୀ ଅପରେଶନ୍ କରି ବାହାର କରାଯାଇଛି। ସ୍ଥାନୀୟ ମଣ୍ଡି ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ମେଡିକାଲ୍ରେ ଡାକ୍ତରମାନେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଅପରେଶନ୍ କରି ଏସବୁ ବାହାର କରାଯାଇଛି। ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଖରାପ ଥିବାରୁ ଏଭଳି ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟରେ ଦୀର୍ଘଦିନ ଧରି ଯନ୍ତ୍ରଣା ହେଉଥିବା ଡାକ୍ତର ନିଖିଲ ସୂଚନା ଦେଇଛନ୍ତି। ଅପରେଶନ ପରେ ଏବେ ବ୍ୟକ୍ତି ଜଣକ ସୁସ୍ଥ ଥିବା ସେ କହିଛନ୍ତି।