ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା: ୨ ଗିରଫ

ରେମୁଣା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିଆବାଗର ପ୍ରକାଶ ଦାସ ଓ ପ୍ରଭାସ ଶଙ୍କର ଦାସ। ସୋମବାର ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନିଆବାଗର କେତେକ ଯୁବକ ବାଲଗୋପାଲପୁରସ୍ଥିତ ଉକ୍ତ ପେଟ୍ରୋଲ ପମ୍ପରୁ ତେଲ ପକାଇ ଯାଇଥିଲେ। ସେହି ଯୁବକମାନେ ପୁଣିଥରେ ସେଠାକୁ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ୩,୫୦୫ ଟଙ୍କା ଛଡ଼ାଇନେବା ସହ ମେଶିନ ଭାଙ୍ଗି ଦେଇଥିଲେ। ଏ ନେଇ ପେଟ୍ରୋଲ ପମ୍ପର କର୍ମଚାରୀ ରାମମିଲନ ଯାଦବଙ୍କ ଲିଖିତ ଅଭିଯୋଗ କ୍ରମେ ରେମୁଣା ଥାନାରେ ମାମଲା(ନଂ.୧୪୫/୧୯) ରୁଜୁ କରାଯାଇ ପ୍ରକାଶ ଓ ପ୍ରଭାସଙ୍କୁ ଗିରଫ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପ ମୁଖ୍ୟମନ୍ତ୍ରୀଙ୍କୁ ଉପହାରରେ ମିଳିଲା ନୀଳ ଡ୍ରମ, କହିଲେ ଓଲଟା ଭାବନ୍ତୁ ନାହିଁ ଏହା ବହୁତ କାମରେ ଲାଗିବ

ଲକ୍ଷ୍ନୌ,୨।୪: ମଙ୍ଗଳବାର ରାତିରେ ଡକ୍ଟର ରାମ ମନୋହର ଲୋହିଆ ପାର୍କ ହସରେ ଗୁଞ୍ଜରିତ ହୋଇଥିଲା। ଏଠାରେ ରାଜନୀତିଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ...

ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ...

ମନି ଲଣ୍ଡରିଂ ମାମଲାରେ EDର ବଡ଼ ଆକ୍ସନ, ୧୫୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ୩୧ ମାର୍ଚ୍ଚ, ୨୦୨୫ରେ ମନି ଲଣ୍ଡରିଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ ପ୍ରାଇଭେଟ ଲିମିଟେଡର...

Ghibli Style Artରୁ କେମିତି କମାଇବେ ଟଙ୍କା, ଟ୍ରିକ୍‌ ଜାଣି ନିଅନ୍ତୁ ଲାଭରେ ରହିବେ…

ଟ୍ରେଣ୍ଡରେ Ghibli Style Art। ସମସ୍ତେ ଏହି ଟ୍ରେଣ୍ଡ ଫଲୋ କରୁଛନ୍ତି। ସୋସିଆଲ ମିଡିଆରେ ଏହଭିଳି ଅନେକ ଫଟୋ ଘୂରି ବୁଲୁଛି। କିନ୍ତୁ ଆପଣ କ’ଣ...

ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

ପାଟନା,୨।୪: ବିହାରରୁ ଏକ ବଡ଼ ଖବର ଆସୁଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି...

ହୋଇଗଲା ସ୍ଥିର! ନୂଆ ଓ୍ବାକଫ ବୋର୍ଡରେ ଶିୟା, ସୁନ୍ନିଙ୍କ ସହ ମହିଳା ବି ହେବେ ସାମିଲ

ନୂଆଦିଲ୍ଲୀ,୨।୪: ବୁଧବାର (୨ ଏପ୍ରିଲ) ଲୋକ ସଭାରେ ୱାକଫ ବିଲ ୨୦୨୪ ଉପସ୍ଥାପିତ ହୋଇଥିଲା। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ।...

୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ

ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ...

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨।୪: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image