ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା। ସେ ପେନସନ ବାବଦ ୩୦ ହଜାର ଟଙ୍କାର ଚେକ୍ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ସୁନୀଲ କେରକେଟାଙ୍କୁ ପ୍ରଦାନ କରିଛନ୍ତି।