ନୂଆଦିଲ୍ଲୀ, ୧୧।୯:ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ମୁଣ୍ଡବିନ୍ଧା ଆହୁରି ବଢିଛି। ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମ୍ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ଆଇଜି ନବୀନ ଅରୋରାଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି ଟିମ୍ ଗତ ତିନିଦିନ ହେବ ଚିନ୍ମୟାନନ୍ଦ ଲ’ କଲେଜର ପୀଡିତା ଛାତ୍ରୀଙ୍କ ହଷ୍ଟେଲରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ସମ୍ପୃକ୍ତ ଛାତ୍ରୀଙ୍କ ସାଙ୍ଗମାନେ ଏକ ପେନ୍ ଡ୍ରାଇଭ୍ ଏସଆଇଟି ଟିମ୍କୁ ହସ୍ତାନ୍ତର କରିଛନ୍ତି। ଏହି ପେନ୍ ଡ୍ରାଇଭ୍ରେ ସ୍ବାମୀ ଚିନ୍ମୟାନନ୍ଦଙ୍କ କଳା କାରନାମାର ସମସ୍ତ ଭିଡିଓ ରହିଛି ବୋଲି ସୂଚନା ମିଳିଛି।