ପୋଖରୀପୁଟ ଅଞ୍ଚଳରେ କୁକୁର ଭୟ: ୧୬ ଘଣ୍ଟାରେ ୯ ଜଣଙ୍କୁ କାମୁଡ଼ିଲେ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ଯାଏ ଲୋକ ଘରେ ତାଟି କବାଟ ପଡ଼ିଗଲା। ସ୍ଥିତି ଏପରି ହେଲା କି ଦୁଇଟି ଲେନ୍‌ରେ ଲୋକ ଘରୁ ବାହାରିବା ପାଇଁ ବି ଡରିଲେ। ବାଘ କି ଭାଲୁ ନୁହେଁ, ଦୁଇଟି ପାଗଳା କୁକୁର ପୋଖରୀପୁଟ ଅଞ୍ଚଳରେ ଥିବା ଅନନ୍ତବିହାର ଫେଜ୍‌ ୨ ବାସିନ୍ଦାଙ୍କୁ ଏପରି କଲବଲ କରିଥିବା ନଜରକୁ ଆସିଛି। ଜଣେ କି ଦୁଇଜଣ ନୁହେଁ ୯ଜଣ ଲୋକଙ୍କୁ କାମୁଡିି ରକ୍ତାକ୍ତ କରିଛନ୍ତି। ଦୀର୍ଘ ୧୬ ଘଣ୍ଟା ଯାଏ ଗୋଟିଏ ମାଈ କୁକୁର ଓ ପୁରୁଷ କୁକୁର ଅଞ୍ଚଳରେ ଆତଙ୍କ ଖେଳେଇଥିବାବେଳେ ସ୍ଥାନୀୟ ଯୁବକମାନେ ମାଈ କୁକୁରକୁ ପିଟିପିଟି ମାରି ଦେଇଥିବା ଅଞ୍ଚଳବାସୀ କହିଛନ୍ତି।

ଶନିବାର ସକାଳେ ଫୁଲ ତୋଳିବାକୁ ଆସିଥିବା ସମୟରେ କୁକୁର କାମୁଡ଼ାର ଶିକାର ହୋଇଥିବା ପୀତାମ୍ବର ପରିଡା କୁହନ୍ତି, ସନ୍ଧ୍ୟାରେ ସେମାନେ ୩-୪ଜଣଙ୍କୁ କାମୁଡିବା ପରେ ଅଞ୍ଚଳବାସୀ ସତର୍କତାର ସହ ଚଳପ୍ରଚଳ କରୁଥିଲେ। କିନ୍ତୁ ସକାଳେ ମଧ୍ୟ ସେମାନେ କାମୁଡିବା ଆରମ୍ଭ କରିଦେଲେ। ଲୋକମାନେ ବିଏମ୍‌ସିକୁ କୁକୁର ଧରିବା ପାଇଁ ଜଣାଇବା ସତ୍ତ୍ୱେ ସକାଳ ଯାଏ ସ୍କ୍ବାଡ ଆସି ନ ଥିଲା। ଫଳରେ ସ୍ଥାନୀୟ କେତେଜଣ ଯୁବକ ମିଶି କରି ମାଈ କୁକୁରକୁ ବାଡେଇ ମାରି ଦେଇଥିଲେ।

ଅଞ୍ଚଳରେ କୁକୁରମାନଙ୍କର ସଂଖ୍ୟା ଦିନକୁଦିନ ବଢୁଥିବା ବେଳେ ବିଏମ୍‌ସିର କୁକୁର ଓ ଗୋରୁ ଧରିବା ସ୍କ୍ବାଡର ଦେଖାମିଳୁନି। ଦୈନିକ କେହି ନା କେହି କୁକୁର କାମୁଡା ନଚେତ୍‌ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହେଉଛି। କିନ୍ତୁ ବିଏମ୍‌ସି ଟିମ୍‌ର ଏଥିପ୍ରତି ନିଘାନାହିଁ। ଶୁକ୍ରବାର ତାଙ୍କୁ ଖବର ଦେବା ପରେ ବି ସେମାନେ ଶନିବାର ପୂର୍ବାହ୍ନରେ ଆସି ପହଞ୍ଚତ୍ ମାତ୍ର ଗୋଟିଏ କୁକୁରକୁ କାବୁ କରିଥିଲେ। ଖାଲି କୁକୁର ବନ୍ଧ୍ୟାକରଣ କରିଦେବା ପରେ ପୁଣି ସେମାନେ ଯେଉଁଠୁ ନେଇଥିଲେ, ସେଇଠାରେ ଛାଡି ଦେଉଛନ୍ତି। ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ବୋଲି ପୀତାମ୍ବର କହିଥିଲେ।
ଏ ନେଇ ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀଙ୍କୁ ପଚାରିବାରେ ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି)ରେ ବିଏମ୍‌ସି କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। କିନ୍ତୁ ନିୟମ ଅନୁସାରେ ସେମାନଙ୍କୁ ଯେଉଁଠୁ ଅଣାଯିବ ସେଠାରେ ହିଁ ଛଡ଼ାଯିବ। ଏହାର କିଛି ସ୍ଥାୟୀ ସମାଧାନ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍‌, କପି କଲୁ ବୋଲି ଯେଉଁ କହୁଛନ୍ତି, ସେମାନେ ତ କାଳିଆ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ନୂଆଖାଇ ଅବସରରେ ରାଜ୍ୟର ଭାଜପା ସରକାର ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ...

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲେ, ଯାହାକୁ ପାରିଲେ ତାକୁ ପିଟିଲେ: ଯିଏ ଯୁଆଡେ ପାରିଲେ …

ଭୁବନେଶ୍ୱର,୯।୯: ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲେ, ଯାହାକୁ ପାରିଲେ ତାକୁ ପିଟିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ଚନ୍ଦକା ପଥରଗଡ଼ିଆ ରସ୍ତାରେଥିବା ଏକ ରେଷ୍ଟୁରାଣ୍ଟରେ। କିଛି...

ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଜନାଦେଶ ସ୍ବୀକୃତି ପାଇଥିବା ଭାଜପା ସରକାର ବହୁତ କମ୍‌ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଗରିବ, ଚାଷୀ,...

କାହିଁକି ଭଙ୍ଗାହେବ ଦିଲ୍ଲୀ ସ୍ଥିତ  ଓଡ଼ିଶା ଭବନ:  ରାଜ୍ୟ ସରକାର କହିଲେ…

ଭୁବନେଶ୍ୱର,୯।୯: ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଏହାକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁ...

୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୯ା୯: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ସୋମବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ...

ପ୍ରଥମ ଥର ମୁହଁ ଖୋଲିଲେ ମନୋଜ ମିଶ୍ରଙ୍କ ସ୍ତ୍ରୀ, କହୁ କହୁ କହିଦେଲେ ଏମିତି…

ଭୁବନେଶ୍ୱର,୮।୯: ଓଡ଼ିଆ ସିନେମାର ସ୍ଥିତି ଏବେ ଏବେ କିଛି ମାତ୍ରାରେ ସୁଧୁରିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ...

ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ…

ଭୁବନେଶ୍ୱର,୮।୯: ରାଜ୍ୟର ଭାଜପା ସରକାର ନୂଆଖାଇ ଅବସରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ନେଇ ରାଜ୍ୟ ସରକାର ଚାଷୀଙ୍କ ଉପକାର ହେବ...

ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…

ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri