ତିହିଡ଼ି, ୨୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଖରିଦାସାହି ଗ୍ରାମର ମୌନାବତୀ ସାହୁ(୫୦) ଶନିବାର ପୋଖରୀରେ ପଡ଼ି ପ୍ରାଣ ହରାଇଛନ୍ତି। ସେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୋଖରୀରୁ ଉଦ୍ଧାର କରି ପରିବାର ଲୋକେ ତିହିଡି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିହିଡ଼ି ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା(ନଂ.୩୯/୧୯) ରୁଜୁ କରିଛି।