ଖୋର୍ଦ୍ଧା ଅଫିସ,୨୧।୫ : ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗାଁ ଦାଣ୍ଡରେ ଉପରେ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୮ ତାରିଖ ଦିନ ସାମାନ୍ୟ କଥାକୁ ନେଇ ସେହି ଗାଁର ରମେଶ ଜଗଦେବଙ୍କୁ ଗାଁର କିଛି ଯୁବକ ବର୍ବରଚିତ ଭାବେ ମାଡ଼ ମାରିଥିଲେ। ଆକ୍ରମଣରେ ରମେଶ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଘଟଣା ସମ୍ପର୍କରେ ଗତ ୯ତାରିଖ ଦିନ ବାଘମାରୀ ଥାନାରେ ରମେଶଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣାପଡିଛି ।
Posted inଅପରାଧ, ଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ