ପୋଲ ନିର୍ମାଣ ଗତି ମନ୍ଥର

ଝୁମ୍ପୁରା, ୪।୨(ଡି.ଏନ୍‌.ଏ.)- ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ ପାଇଁ ବିରାଟ ଗାତ ଖୋଳାଯାଇଛି। ତେବେ ଫାଉଣ୍ଡେଶନ ଗାତ ଖୋଳାଯିବାର ୧ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ପୋଲ ନିର୍ମାଣ କରିବା ପାଇଁ ଧ୍ୟାନ ଦେଉନାହିଁ। ପୋଲ ପାର୍ଶ୍ୱକୁ ନିର୍ମିତ ହୋଇଥିବା ଡାଇଭର୍‌ସନ ମଧ୍ୟ ବିପଦସଙ୍କୁଳ। ମାଟି, ମୋରମରେ ଡାଇଭର୍‌ସନ ନିର୍ମିତ ହୋଇଥିବାରୁ ଖରାବେଳେ ପ୍ରବଳ ଧୂଳି, ବର୍ଷା ହେଲେ କାଦୁଅ ପୁଣି ଡାଇଭର୍‌ସନ ରାସ୍ତାର ସବୁ ଜାଗାରେ ଖାଲ। ପୋଲ ନିର୍ମାଣ ପାଇଁ କରାଯାଇଥିବା ଗାତ ପାର୍ଶ୍ୱରେ ସୁରକ୍ଷା ବାଡ଼ ନାହିଁ। ସାଧାରଣ ପଥଚାରୀ ଏବଂ ବାଇକ୍‌ ଆରୋହୀଙ୍କ ପାଇଁ ଡାଇଭର୍‌ସନ ରାସ୍ତାର ୨ ପାର୍ଶ୍ୱ ମୃତ ଗାତ ସଦୃଶ। ଏଥିପାଇଁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ସୂଚନା ଅନୁଯାୟୀ, ଟେଣ୍ଡରଧାରୀ ଏହି ରାସ୍ତାର ୨ପାର୍ଶ୍ୱ ସୁରକ୍ଷା ବାଡ଼ ଦେବା ସହିତ ରାସ୍ତା ପିଚୁ କରିବା ନେଇ ଏଷ୍ଟିମେଟ୍‌ରେ ରହିଛି, ହେଲେ ଟେଣ୍ଡରଧାରୀ କାହାରି କଥା ଶୁଣୁନାହାନ୍ତି।
ଅନ୍ୟପକ୍ଷରେ ଅସୁବିଧା ଭୋଗୁଛନ୍ତି ରାଇକଳା, ଧନୁର୍ଜୟପୁର, ଉଖୁଣ୍ଡା, ଟୁକୁଡିହା, ବଡ଼ଡୁମୁରିଆ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ। ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଝୁମ୍ପୁରା ବଜାରକୁ ଆସିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହାଦ୍ୱାରା ବହୁ ଲୋକ ହଇରାଣ ହେଉଛନ୍ତି। ପୁଣି ଗ୍ରାମାଞ୍ଚଳ ଚାଷୀମାନେ ତାଙ୍କର ଉତ୍ପାଦିତ ସାମଗ୍ରୀ ନେଇ ଝୁମ୍ପୁରା ବଜାରରେ ପହଞ୍ଚି ପାରୁ ନ ଥିବାବେଳେ ଡାଇଭରସନ ରାସ୍ତା ନିକଟରେ ଥିବା ଅଗ୍ନିଶମ ସେବାସଂସ୍ଥାର ଗାଡ଼ି ମଧ୍ୟ ଆପତ୍‌କାଳୀନ ସେବା ଯୋଗାଣ ପାଇଁ ବାହାରିବାରେ ଅସୁବିଧା ଦେଖାଦେଉଛି। ଏ ନେଇ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବହୁବାର ଅଭିଯୋଗ ହେଲାଣି, ହେଲେ ସବୁ ସମୟରେ ଶୀଘ୍ର ପୋଲ ନିର୍ମାଣ ସାଙ୍ଗକୁ ଡାଇଭରସନ ରାସ୍ତା ସଜଡାଯିବ ବୋଲି ପ୍ରତିଶ୍ରୁତି ଦେଇ କାମ ଚଳାଇ ନିଆଯାଉଛି।
୨ବର୍ଷ ପୂର୍ବରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପର ୧ପାର୍ଶ୍ୱ ମୁଖ୍ୟ କେନାଲ ଖୋଳା ହେବା ପରେ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ବ୍ଲକ କାର୍ଯ୍ୟାଳୟ ନିକଟରେ ଉକ୍ତ ସ୍ଥାନର କେନାଲ କ୍ରସ୍‌ ଜାଗାରେ ପୋଲ ନିର୍ମାଣର ଆବଶ୍ୟକ ପଡ଼ିଲା। ପୂର୍ତ୍ତ ବିଭାଗ ଦ୍ୱାରା ଟେଣ୍ଡର ଦିଆଯାଇ ପୋଲ ନିର୍ମାଣର ଫାଉଣ୍ଡେଶନ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ସବୁ ଚୁପ୍‌। ପୂର୍ତ୍ତ ବିଭାଗର ସୂଚନା ଅନୁଯାୟୀ, ପୋଲ ନିର୍ମାଣର ବ୍ୟୟ ଅଟକଳ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ। ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଭିମନ୍ୟୁ ନାଏକ କହିଛନ୍ତି ଯେ, ପୋଲ ନିର୍ମାଣର ଡିଜାଇନ୍‌ ବଦଳା ଯିବାକୁ ଥିବାରୁ ନିର୍ମାଣରେ ବିଳମ୍ବ ଘଟୁଛି। ନୂଆ ଡିଜାଇନ୍‌ ପ୍ରସ୍ତୁତ ହେଲାଣି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଏବଂ ଡାଇଭର୍‌ସନ ରାସ୍ତାକୁ ସଜଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା

ପାଟଣା,୧୧।୪(ବୀର କିଶୋର ଦାଶ):ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି।...

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ...

ଶିଶୁ ମନ୍ଦିର ପିଲା କେବେ ଦେଶଦ୍ରୋହୀ ହୋଇପାରିବେ ନାହିଁ: ଉପମୁଖ୍ୟମନ୍ତ୍ରୀ

ପାଟଣା,୧୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭା ପରିଚାଳନା କମିଟି...

୧୧୪ କୁଣ୍ଡୀୟ ଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୦ା୪: କେନ୍ଦୁଝର କାଳୀ ପଡ଼ିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଦେଲେ ଯୋଗ

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ...

ଓଡ଼ିଆ ପକ୍ଷ ପାଳନରେ ସମ୍ବର୍ଦ୍ଧିତ ହେଲେ ୧୩ କଳାକାର

ପାଟଣା,୧୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଗୁରୁବାର ଓଡ଼ିଆ ପକ୍ଷ ଉପଲକ୍ଷେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟ କ୍ରମରେ ବ୍ଲକର...

ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ବୁଧବାର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image