ପୋଲରେ ପିଟିହେଲା କାର୍‌: ୨ ମୃତ

 

ଦେବଗଡ଼, ୮।୨(ଡି.ଏନ.ଏ)- ଗୁରୁବାର ରାତିରେ ଦେବଗଡ ଥାନା ଅଧୀନ ଆମ୍ବପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଏକ କାର ଦୁର୍ଘଟଣାଗସ୍ତ ହେବାରୁ ୨ଯୁବକଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ା
ଖବର ମୁତାବକ ରାତି ପ୍ରାୟ ୧୧ଟା ୩୦ରେ ଦେବଗଡ଼ ଥାନା ଅଧୀନ ବୁଢିବିଲ ଗ୍ରାମର ସଞ୍ଜୟ ନାୟକ(୨୨) ଓ ନିକ୍ତିମାଳ ଗ୍ରାମର ଦେବାନନ୍ଦ ବେହେରା(୧୯) ଏକ କାରରେ ସିଆରମାଳିଆ ଗ୍ରାମପଟୁ ବୁଢିବିଲ ଗ୍ରାମକୁ ଆସୁଥିଲେ। ଆମ୍ବପାଳ ଗ୍ରାମ ନିକଟରେ ଚାଳକ ସଞ୍ଜୟ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ କାର ରାଜପଥର ଏକ ପୋଲରେ ପିଟିହେବା ପରେ ରାସ୍ତାତଳକୁ ଖସି ପଡିଥିଲା। ଫଳରେ ଚାଳକ ସଞ୍ଜୟ ଏବଂ କାରରେ ବସିଥିବା ଦେବାନନ୍ଦ ଗୁରୁତର ଆହତ ହୋଇଥିଲେ ା ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ା ମାତ୍ର ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ା ସେହିପରି ଚାଳକ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି ା ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲାଣି ଟୋଲ ପ୍ଲାଜା ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ପଛପଟରେ ଆଉ ଏକ ଟ୍ରକ୍‌...

ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଓଭର ବ୍ରିଜ୍‌ ଉପରେ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟରକୁ ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

୨୬ରେ ଭୁବନେଶ୍ୱର ଯିବେ ଜିଲାର ଶତାଧିକ ସଦସ୍ୟା ସଦସ୍ୟ

ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଛଟେଇ ହୋଇଥିବା ବାହ୍ୟ ଠିକା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି, ସମାନ କାମକୁ ସମାନ ଦରମା ଏବଂ ବାହ୍ୟ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ...

ବିିଶୃଙ୍ଖଳିତ ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜୋର୍‌ ଧରିଲା ଦାବି

ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଧାର୍ଯ୍ୟ ସମୟରୁ ଢେର ବିଳମ୍ବରେ ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ। କେବଳ ଏତିକି ନୁହେଁ, ପାନ ଓ ଗୁଟଖା ଖାଇ ଶ୍ରେଣୀ କକ୍ଷରେ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା

ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା...

ଶୋଇଥିବା ବେଳେ ଘରୁ ଟାଣି ମହିଳାଙ୍କୁ ମାରିଦେଲା ଦନ୍ତା ହାତୀ

ଦେବଗଡ,୧୮ା୩( ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ବୁଢ଼ାପାଳ ଅଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତି ଘର ଭିତରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image