ବରଗଡ଼ ଅଫିସ୍,୩୧।୩-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଅଛି । ଏଥିପାଇଁ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି । ଅନ୍ୟପଟେ ତାତି ବଢ଼ିବାରେ ଲାଗିଛି । ଫଳରେ ଅଂଶୁଘାତ ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବରଗଡ଼ ପୋଲିସ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକରେ ଏକ ଜଳଛତ୍ର ଖୋଲା ଯାଇଛି । ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ମହରାଜ ଭାବେ ଅଭିନୟ କରୁଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ବରଗଡ଼ ଟାଉନ ଥାନା ସବ୍ ଇନ୍ସପେକ୍ଟର ସନୟ କୁମାର ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।