ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଦୋକାନ ଓ ଘର ଗୁଡ଼ିକ ସହ ସରକାରୀ କାର୍ଯ୍ୟାଳୟକୁ ଭଙ୍ଗାଯାଇଛି। ବିଶେଷ କରି ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି ୧୧, ୧୨, ୧୩ ତିନି ଦିନ ପାଇଁ ବଇଣ୍ଡା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।
ଉକ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ମେ ୨୦୧୮ରେ ବଇଣ୍ଡା ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେହି ସମୟରେ ବଇଣ୍ଡାର ୮୦ ପ୍ରତିଶତ ଭଙ୍ଗାଯାଇଥିବାବେଳେ ୪ ଶହ ଉଠା ଦୋକାନୀ କ୍ଷତିଗ୍ରସ୍ତ ହୋଇ ଜୀବିକା ହରାଇଥିଲେ। ହେଲେ ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ସହ ୨ କ୍ଷତିଗ୍ରସ୍ତ ପ୍ରଜାଙ୍କ କୋର୍ଟରେ ଜମିକୁ ନେଇ ମାମଲା ଥିବାବେଳେ ଏହାକୁ ଭଙ୍ଗାଯାଇ ପାରି ନ ଥିଲା। ପରବର୍ତ୍ତୀ ସମୟରେ ପୁଣି ଉଚ୍ଛେଦ ପାଇଁ ୧୧, ୧୨, ୧୩ ୩ ଦିନ ଧରି ଉଚ୍ଛେଦ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ବୁଧବାର ସକାଳେ ବାକି ରହିଥିବା ୧୭ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗୃହ ଗୁଡ଼ିକ ଭଙ୍ଗାଯାଇଥିଲା। ଏପରିକି ୨ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜମି ବିବାଦକୁ ନେଇ ଆଠମଲ୍ଲିକ କୋର୍ଟ ଓ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏହାକୁ ଖାତିର ନ କରି ସକାଳ ୧୦ଟା ପରଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ଷତିଗ୍ରସ୍ତ ୪ ଶହ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅନେକ ଦୋକାନୀ ସେମାନଙ୍କ ଦୋକାନ ସାମଗ୍ରୀ ସ୍ଥାନାନ୍ତରିତ କରି ନ ଥିବାବେଳେ ତରବରିଆ ଭାବେ ଭଙ୍ଗାଯାଉଥିବା ଯୋଗୁ କେତେକ ଦୋକାନୀଙ୍କ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବଇଣ୍ଡାଠାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବଇଣ୍ଡା ବ୍ୟବସାୟୀକ ସଂଘ ପକ୍ଷରୁ ଦାବି ହୋଇଛି। ଉଚ୍ଛେଦ ସମୟରେ ମାଜିଷ୍ଟେଟ ଭାବେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ଅନୁଗୋଳ ଭୂ-ଅର୍ଜନ ଅଧିକାରୀ ବସନ୍ତ କୁମାର ଦାସ, ଆଠମଲ୍ଲିକ ଏସ୍‌ଡିପିଓ ଶେଖ ଅବଦୁଲ କରିମ, ହଣ୍ଡପା ଆଇଆଇସି ଲବ ବୋଡା, କିଶୋରନଗର ଆଇଆଇସି ପ୍ରତିଭା ମାଝିଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri