ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)- ଲକ୍ଡାଉନ ଲାଗୁହେବାପରେ ଗତ ୧୪ ତାରିଖରେ ଅଡବା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ମୋହନା ଓ ଅଡବା ପୋଲିସ ୧୬ ତାରିଖ ସକାଳୁ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକ ଫେରାର ହୋଇଯାଇଥିଲେ। ଗୁରୁବାର ବିଜୟକୁ ଆର.ଉଦୟଗିରି ବ୍ଲକ ଛେଳିଗଡ ପଞ୍ଚାୟତର ଅଞ୍ଜରବା ଗ୍ରାମରୁ ପୋଲିସ ଗିରଫ କରିଛି।