ପୋସ୍କୋ ପରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ ଶାଣିତ ହେଲାଣି ସ୍ବର: ଜନଶୁଣାଣିକୁ ବିରୋଧ କରିବାକୁ ନିଷ୍ପତ୍ତି

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ,୩୦।୧୦(ସ୍ବ.ପ୍ର.): ଓଡ଼ିଶାରୁ ପୋସ୍କୋ ବିଦାୟ ନେବା ପରେ କମ୍ପାନୀ ପାଇଁ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ଚାରି ଦେଶର ଯେଉଁ ଜମି ଅଧିଗୃହିତ ହୋଇଥିଲା, ତା’ ଉପରେ ନଜର ପକାଇଛି ଜେଏସ୍‌ଡବ୍ଲ୍ୟୁ। ରାଜ୍ୟ ସରକାରଙ୍କ ସହ ବୁଝାମଣା ସର୍ତ୍ତରେ ଏଠାରେ କାରଖାନା ପ୍ରତିଷ୍ଠା ପାଇଁ ଜେଏସ୍‌ଡବ୍ଲ୍ୟୁ ପ୍ରକ୍ରିୟା ଜାରି ରଖିଛି। ଏଥିପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଆସନ୍ତା ନଭେମ୍ବର ୨୨ ତାରିଖରେ ଜନଶୁଣାଣି କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ସଂଖ୍ୟା-୧୧୦୪୭ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଏହି ଅଞ୍ଚଳରେ ଏବେ ପୁଣି ଜନଆନ୍ଦୋଳନ ସୂତ୍ରପାତ ହେବାକୁଯାଉଛି। କାରଣ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ବେଳେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ପାଳନ କରାଯାଇନାହିଁ। ଏପରିକି ଅନେକ ଲୋକଙ୍କୁ କ୍ଷତିପୂରଣ ମିଳିନାହିଁ। ଏ ସବୁକୁ ଅଣଦେଖା କରି ପୁଣି ଏଠାରେ କାରଖାନା ପ୍ରତିଷ୍ଠା କରିବାକୁ ଉଦ୍ୟମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ବର ଶାଣିତ ହେବାରେ ଲାଗିଲାଣି। ମଙ୍ଗଳବାର ଏନେଇ ଢିଙ୍କିଆ ଚାରିଦେଶର ୩ ପଞ୍ଚାୟତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର ଲୋକେ ସ୍ଥାନୀୟ ବାହ୍ଲାଢିପ ମଠରେ ଏକ ବୈଠକ କରିଛନ୍ତି। ବଂଶିଧର ମନ୍ତ୍ରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ତୀବ୍ର ବିରୋଧ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜେଏସ୍‌ଡବ୍ଲ୍ୟୁର କର୍ମଚାରୀମାନେ ଯେଭଳି ଲୁଚିଛପି ଜନ ଶୁଣାଣିକୁ ସଫଳ କରିବାକୁ ସ୍ଥାନୀୟ ଯୁବକମାନଙ୍କୁ ପ୍ରଲୋଭିତ କରୁଛନ୍ତି, ତାହା ସଫଳ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ବୈଠକରେ ଭ୍ରମରବର ଦାସ, ସମରେନ୍ଦ୍ର ନାୟକ, ରଶ୍ମିରଞ୍ଜନ ନାୟକ, ପ୍ରକାଶ ଜେନା, ଟୁନା ବରାଳ, ନୃସିଂହ ବେହେରା, ପ୍ରଶାନ୍ତ ଦାସ, ଅକ୍ଷୟ ଦାସ, ଯଦୁନାଥ ପରିଡ଼ା, ନିତ୍ୟାନନ୍ଦ ସ୍ବାଇଁ, ରଞ୍ଜନ ନାୟକ, ମନୋରମା ଖଟୁଆ, ସୂଜାତା ସାହାଣୀ, ଅନିତା ପାତ୍ର ଓ ପ୍ରଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ…

ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ...

ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କଲେ ବ୍ଲକ ଅଧ୍ୟକ୍ଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଏବଂ ୬ ଗୁରୁତର...

ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ...

ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ

ଝାରସୁଗୁଡ଼ା,୧।୧୧: ଝାରସୁଗୁଡ଼ା ଜିଲା ଇବ୍‌ ନଦୀର ବୁଢ଼ୀପଦର ଘାଟରେ ଶୁକ୍ରବାର ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ପାଣିରେ ଭାସିଯାଇ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି।...

ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା

କଟକ,୧।୧୧: ବରିଷ୍ଠ ଭାଜପା ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ତାଙ୍କୁ ଭର୍ତ୍ତି କରାଯାଇଛି। ସେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri