ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି। ଫଳରେ ପୋଖରୀ ପାଣି ଲୋକଙ୍କ ଭରସା ହୋଇଛି।
ପ୍ରାୟ ୫ବର୍ଷ ପୂର୍ବେ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ଗ୍ରାମକୁ ପାଇପ୍‌ଲାଇନ ବିଛାଯାଇ ଗ୍ରାମ ମଧ୍ୟଭାଗରେ ଥିବା ୩ଟି ଷ୍ଟାଣ୍ଡ୍‌ପୋଷ୍ଟ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ହୋଇଛି। ମାତ୍ର ଉକ୍ତ ଷ୍ଟାଣ୍ଡ୍‌ପୋଷ୍ଟରେ ପାନୀୟ ଜଳ ଉପଲବ୍ଧ ହେଉନାହିଁ। ଫଳରେ ଗ୍ରୀଷ୍ମପ୍ରବାହ ସମୟରେ ନୂଆସାହି ବାସିନ୍ଦା ପାନୀୟ ଜଳ ମୁନ୍ଦେ ନିିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟହୋଇ ସେମାନେ ନିକଟସ୍ଥ ଦୋସରିବନ୍ଧ ପୋଖରୀରୁ ଜଳ ଆଣି ଚଳୁଥିବା ନେଇ ଗ୍ରାମର ରମ୍ଭା ଦେଈ, ସୁବାସ ପ୍ରଧାନ, ରମେଶ ପ୍ରଧାନ, ଦେବେନ୍ଦ୍ର ସେଠୀ ପ୍ରମୁଖ ପ୍ରକାଶ କରିଛନ୍ତି। ପୋଖରୀର ଗୋଳିଆ ପାଣି ବ୍ୟବହାର କରି ବହୁ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଗ୍ରାମରେ ଏକ ନଳକୂପ ଥିଲେ ମଧ୍ୟ ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇଛି। ଗ୍ରାମବାସୀ ଏ ସମ୍ପର୍କରେ ପଞ୍ଚାୟତ, ବ୍ଲକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କର୍ତ୍ତପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ। ତୁରନ୍ତ ସାହି ବାସିନ୍ଦାଙ୍କୁ ପାଇପ୍‌ଲାଇନ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଅମରେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ପାଇପ୍‌ଲାଇନର କେତେକ ସ୍ଥାନରେ ଲିକେଜ୍‌ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଆସନ୍ତା ୨/୩ ଦିନ ମଧ୍ୟରେ ଏହାକୁ ମରାମତି କରାଯାଇ ଲୋକମାନଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Featured Video Play Icon

ଦଶହରା ପୂବର୍ବରୁ ସୁଭଦ୍ରା ଭେଟି

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ...

ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଉନ୍ନୟନ କମିଟି

କର୍ଲାମୁଣ୍ଡା,୨୯ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉନ୍ନୟନ କମିଟି ପକ୍ଷରୁ ଭୁବନେଶ୍ୱରଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri