କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ବୁଲି ଦେଖିବା ସହ ସେଠାରେ କେତେଗୁଡିଏ ବିକାଶ ପରିଯୋଜନା ମଧ୍ୟ ନିରିକ୍ଷଣ କରିଥିଲେ। ଏହି ସମୟରେ ସେଠାରେ ଥିବା ବଟର ଫ୍ଲାଏ ଗାର୍ଡନକୁ ମଧ୍ୟ ମୋଦି ଯାଇଥିଲେ। ଆଉ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କପଡାର ଏକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ରଙ୍ଗ ବେରଙ୍ଗର ପ୍ରଜାପତିଙ୍କୁ ମୁକ୍ତ ଆକାଶରେ ଉଡାଇ ଦେଇଥିଲେ। ଏହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତି ଥିଲେ।