ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ। ତାମିଲନାଡୁର ରାମେଶ୍ୱରମରେ ୭୦ ବର୍ଷ ହେବ ସୀତାରାମ ଦାସ ବାବାଙ୍କ ଆଶ୍ରମ ରହିଛି। ଏହି ଆଶ୍ରମରେ ସେ ଦୀର୍ଘ ୩୬ ବର୍ଷ ହେବ ପ୍ରଦିଦିନ ପ୍ରାୟ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ବୋଲି କୁହାଯାଏ। ରାମନାଥ ସ୍ବାମୀ ମନ୍ଦିରକୁ ଲାଗି ରହିଥିବା ଏହି ଆଶ୍ରମକୁ ଯିଏ ବି ତୀର୍ଥଯାତ୍ରୀ ଅବା ପର୍ଯ୍ୟଟକ ଆସନ୍ତି ସେମାନେ କେହି ଖାଲି ପେଟରେ ଯାଆନ୍ତି ନାହିଁ। ଏହି ଆଶ୍ରମର ନାଁ ହେଉଛି ବଜରଙ୍ଗ ଦାସ ବାବା ଆଶ୍ରମ। ଏଠାରେ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ଖାଦ୍ୟ ଦିଆଯାଇଥାଏ। ଏଠାରେ ଜାତିଧର୍ମ, ବର୍ଣ୍ଣର କୌଣସି ବାରଣ ନ ଥାଏ। ତେବେ ଭକ୍ତଙ୍କ ଦାନରେ ଏହି ଆଶ୍ରମ ଚାଲେ ବୋଲି ବାବା କୁହନ୍ତି। ପ୍ରତିଦିନ ସକାଳ ୫ଟାରୁ ଉଠି ବାବା ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରନ୍ତି। ଦିନ ୧୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଏଠାରେ ମାଗଣାରେ ଖାଇବାକୁ ମିଳିଥାଏ।