Posted inଭଦ୍ରକ

ପ୍ରତିଭାମୟୀ ଶୁଭ୍ରସ୍ମିତା: ଭଦ୍ରକରୁ ମୁମ୍ବାଇ ପରେ ଏବେ ବିଦେଶୀ ମାଟି ଲକ୍ଷ୍ୟ

ଭିନ୍ନ କିଛି କରିବା ଲକ୍ଷ୍ୟରେ ଯୁବପ୍ରତିଭା ଶୁଭ୍ରସ୍ମିତା। ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ଇଂଲିଶ ଓ ତାମିଲ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ ପରେ ଆଗକୁ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି। ୟୁଟ୍ୟୁବ୍‌ ମାଧ୍ୟମରେ ବୋଲୁଥିବା ସଂଗୀତର ପ୍ରଚାର ପ୍ରସାର କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ସବୁଠୁ ଆଗରେ। ଭଦ୍ରକ ନିକଟସ୍ଥ ଅର୍ଣ୍ଣପାଳ କଲେଜରେ ଯୁକ୍ତ ୨ କଳାରେ ଅଧ୍ୟୟନ କରୁଥିତ୍ବା ଶୁଭ୍ରସ୍ମିତା ଗୀତ ସାଙ୍ଗକୁ ଅଭିନୟ କଳାର ଯାଦୁରେ ସଭିଙ୍କ ମନ କିଣିନିଅନ୍ତି। ଏଭଳି ଜଣେ ଅନନ୍ୟ ପ୍ରତିଭା ନିଜର ଆଗାମୀ ଲକ୍ଷ୍ୟ, ସ୍ବପ୍ନ ଓ ଅଭିଳାଷ ସମ୍ପର୍କରେ କହିବସନ୍ତି ତାଙ୍କ ସାଧନା ଓ ଚଲାପଥର କାହାଣୀ।
ପିଲାଟିଦିନୁ ସଙ୍ଗୀତ ପ୍ରତି ଥିବା ରୁଚି ଶିକ୍ଷାର୍ଥୀ ଜୀବନରେ ତାଙ୍କୁ ବାଟ କଢ଼ାଇ ନେଇଛି। ୨୦୧୨ରେ ପ୍ରଥମେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପ୍ରଥମ ଗୁରୁ ଥିଲେ ରୋହିତ କୁମାର ସାହୁ। ପରେ ପଦ୍ମଲୋଚନ ଦାସଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଭିନ୍ନ ଭାଷାରେ ଗୀତ ଗାଇବାର ଦକ୍ଷତା ହାସଲ କରି ୨୦୧୪ରେ ଦିଲ୍ଲୀରେ ଭେଷ୍ଟିଜ୍‌ ଆଇଡଲ୍‌ ଲାଗି ଅଡିଶନ୍‌ ଦେଇ ସିଲେକ୍ସନ ହୋଇଥିଲେ। ଏଥିରେ ପ୍ରାୟ ୯ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ। ପର୍ଯ୍ୟାୟକ୍ରମେ ବିଭିନ୍ନ ମଞ୍ଚରେ ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଯାଏ’ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ। ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଅଡିଶନ୍‌ର ଫାଇନାଲ ରାଉଣ୍ଡରେ ଗୀତ ଗାଇ ଟପ୍‌ ଟେନ୍‌ (ଓଡ଼ିଶା) ପ୍ରଥମ ସିଙ୍ଗର ତାଲିକାରେ ସ୍ଥାନ ପାଇଥିଲେ। ମୁମ୍ବାଇରୁ ଆସିଥିବା ବିଚାରପତି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଏହମ୍ମଦ୍‌ ସାନ୍‌ଙ୍କଠାରୁ ସେ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପାଇଥିଲେ।
ଶୁଭ୍ରସ୍ମିତା କହନ୍ତି, ପାଠ ପଢ଼ିବା ଲାଗି ପ୍ରାଥମିକତା ଦେଉଥିବାରୁ ଗୀତ ଗାଇବା ପାଇଁ ଅଧିକ ସମୟ ଦେଇପାରି ନ ଥିଲେ। ଏଣୁ ନିଜେ ଗୀତ ଗାଇ ଏହାକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ। ଏଥିଲାଗି ସାଙ୍ଗମାନଙ୍କଠାରୁ ସେ ଅନେକ ପ୍ରଶଂସା ପାଇଥିଲେ। ପର୍ଯ୍ୟାୟକ୍ରମେ ମୁମ୍ବାଇର ଏକ ମ୍ୟୁଜିକ୍‌ ଅନୁଷ୍ଠାନ ଫୋନ୍‌ କଲ୍‌ କରି ଭଏସ୍‌ ଟେଷ୍ଟ ନେଇଥିଲା। ୪ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସିଲେକ୍ଟ ହୋଇଥିଲେ। ପ୍ରଥମ ଗୀତ ଥିଲା ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଯାଏ’। ଏହି ଗୀତ ତାଙ୍କୁ ଭଦ୍ରକରୁ ମୁମ୍ବାଇରେ ପହଞ୍ଚାଇ ଦେଇଥିଲା। ଏତଦ୍‌ ବ୍ୟତୀତ ଅନେକ ହିନ୍ଦୀ ରିୟଲିଟି ଷ୍ଟାର୍‌ପ୍ଲସ୍‌ ଦିଲ୍‌ ହେ ହିନ୍ଦୁସ୍ଥାନୀ, ଜିଟିଭି ସାରେଗାମାପା ଲିଟିଲ୍‌ ଚାମ୍ପ, ସୋନି ଟିଭି ଇଣ୍ଡିଆନ ଆଇଡଲ୍‌, କଲର୍ସ ରାଇଜିଙ୍ଗ୍‌ ଷ୍ଟାର ଏବଂ ଇଣ୍ଡିଆଜ୍‌ ଗଟ୍‌ ଚ୍ୟାନେଲରେ କଲିକତାରେ ଅଂଶଗ୍ରହଣ କରି ଟପ୍‌ ଫାଇଭ୍‌ରେ ରହିଥିଲେ।
ଶୁଭ୍ରସ୍ମିତାଙ୍କ ବାପା ଜୟନ୍ତ କୁମାର ରାଉତ ଓ ମା’ ପ୍ରଭାତୀ ରାଉତ। ସେମାନେ ଗୀତ ଗାଇବା ଦିଗରେ ତାଙ୍କୁ ଉତ୍ସାହିତ କରନ୍ତି। କେବଳ ଜଣେ ଗାୟିକା ନୁହେଁ, ଜଣେ ଭଲ ଗୀତିକାର ହେବା ଲାଗି ତାଙ୍କ ମା’ ସବୁବେଳେ ତାଙ୍କୁ ଉତ୍ସାହିତ କରିଆସିଛନ୍ତି। ଏଥିଲାଗି ସେ ନିଜ ମା’ଙ୍କୁ ଆଦର୍ଶ ମନେକରନ୍ତି। କଲେଜ ପଢ଼ା ଅବସରରେ ସୁଯୋଗ ମିଳିଲେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଭାଷାର ଗୀତ ଗାଇ ପ୍ରତିଭା ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି ସେ। ଏଥିଲାଗି ଦୈନିକ ଦୁଇଘଣ୍ଟା ବିଭିନ୍ନ ଭାଷାର ଗୀତ ଅଭ୍ୟାସ କରୁଛନ୍ତି। ଅର୍ଥ ସମସ୍ୟା ଥିଲେ ମଧ୍ୟ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଲକ୍ଷ୍ୟ ହାସଲ କରିପାରିବେ ବୋଲି ଆଶାବାଦୀ ଅଛନ୍ତି। ବର୍ତ୍ତମାନ ପରୀକ୍ଷା ସମୟ ଆସୁଥିବାରୁ ଷ୍ଟେଜ୍‌ପ୍ରୋଗ୍ରାମ କରିବା କିମ୍ବା ବାହାରକୁ ଯିବାକୁ ଚାହଁୁ ନାହାନ୍ତି। ନିକଟରେ ସ୍ପାନିଶ୍‌, ତୁର୍କୀ, ଇଂଲିଶ୍‌ ଆଦି ଭାଷାର ସମ୍ମିଶ୍ରଣରେ ଏକ ଗୀତ ଗାଇ ୟୁଟ୍ୟୁବ୍‌ରେ ୫ ହଜାରରୁ ଊର୍ଦ୍ଧ୍ୱ ଭ୍ୟୁଅର୍ସଙ୍କ ପସନ୍ଦ ତାଲିକାରେ ଶୀର୍ଷ ସ୍ଥାନ ଛୁଇଁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଟି ବିଭିନ୍ନ କିସମର ଗୀତ ବୋଲି ସେଥିରେ ଅଭିନୟ କରିଛନ୍ତି, ଯାହା ରିଲିଜ୍‌ ଅପେକ୍ଷାରେ ରହିଛି। ଶୁଭ୍ରସ୍ମିତାଙ୍କ ଘର ଭଦ୍ରକ ପୌରାଞ୍ଚଳ ଅଧୀନ ମୋଟେଲଛକ ଗବସାହି ଅଞ୍ଚଳରେ। ନିଜ ଅଞ୍ଚଳ ଅପେକ୍ଷା ୟୁଟ୍ୟୁବ୍‌ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ଆଉ ସୁଖ୍ୟାତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri