Posted inକଟକ

ପ୍ରଥମ ଦିନରେ ୧୭୪୨ ଲିଟର ବିକ୍ରି

କଟକ ଅଫିସ,୨୫।୫-ନାନା ବାଦ ବିବାଦ ଭିତରେ ପ୍ରାୟ ଦୁଇ ମାସ ପରେ କଟକ ଜିଲାରେ ସୋମବାରଠାରୁ ମଦ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୭୪୨ ଲିଟର ମଦ ବିକାଯାଇଛି। ଜିଲା ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଜିଲାରେ ୩୬ଟି ଅନ୍‌ସପ୍‌ ରହିଛି। ସେଥିରୁ ୩ଟି ଦୋକାନ ହୋମ୍‌ ଡେଲିଭରିରେ ସାମିଲ୍‌ ହୋଇଛନ୍ତି। ଏହି ଦୋକାନଗୁଡ଼ିକ ପ୍ରଥମ ଦିନରେ ୧୧୧ଟି ଅର୍ଡର ପାଇଛନ୍ତି। ସେମାନେ ୨୯.୩୭୫ ଲିଟର ବିଦେଶୀ ମଦ ଏବଂ ୪୨.୨୫୦ ଲିଟର ବିୟର ବିକିଛନ୍ତି। ସେହିପରି ଜିଲାରେ ୧୦୮ଟି ଅଫ୍‌ସପ୍‌ ଥିବାବେଳେ ସେଥିରୁ ୧୫ଟି ଦୋକାନ ହୋମ୍‌ ଡେଲିଭରିରେ ସାମିଲ ହୋଇଥିଲେ। ସେମାନେ ପାଇଥିବା ୭୨୫ଟି ଅର୍ଡରରେ ୧୦୬୮.୭୮୮ ଲିଟର ବିଦେଶୀ ମଦ ଓ ୬୦୨.୧୦୦ ଲିଟର ବିୟର ବିକ୍ରି କରିଛନ୍ତି।
ଭୁବନେଶ୍ୱର ପରି କଟକରେ ମଧ୍ୟ କାଉଣ୍ଟର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼ ସହ ମଦ ବିକ୍ରି ହୋଇଛି। ଦୋକାନୀମାନେ କେବଳ ଫୋନ୍‌ରେ ଅର୍ଡର ନେଇ ଗ୍ରାହକଙ୍କ ଘରେ ମଦ ପହଞ୍ଚାଇବା ପାଇଁ ଯେଉଁ ନିର୍ଦ୍ଦେଶ ରହିଥିଲା, ତାହାକୁ ଦୋକାନୀ କିମ୍ବା ଗ୍ରାହକ କେହି ମାନିନାହାନ୍ତି। ସକାଳ ୭ ପୂର୍ବରୁ ଦୋକାନ ସମ୍ମୁଖରେ ଅସମ୍ଭାଳ ଭିଡ଼ ଲାଗିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ନାକେଦମ୍‌ ହେଲା। ଗ୍ରାହକମାନେ ଅନ୍‌ଲାଇନ୍‌ରେ ମଗେଇବା ପରିବର୍ତ୍ତେ ସିଧାସଳଖ କାଉଣ୍ଟରରୁ ମଦ କିଣିଥିଲେ। ଯେଉଁ ଦୋକାନୀମାନେ ମନା କଲେ, ସେଠାରେ କର୍ମଚାରୀଙ୍କୁ ଧମକ ଦିଆଗଲା। ସାମାଜିକ ଦୂରତାକୁ କେହି ମାନିଲେନି। ଆଉ କେତେକ ଜାଗାରେ ଗ୍ରାହକମାନେ ଦୋକାନ ସମ୍ମୁଖକୁ ଯାଇ ଫୋନ୍‌ରେ ଅର୍ଡର ଦେଉଥିଲେ। ଦୋକାନ ପାଖରେ ଅପେକ୍ଷା କରି କର୍ମଚାରୀଙ୍କଠାରୁ ମଦ ସଂଗ୍ରହ କରୁଥିଲେ। ବାଦାମବାଡ଼ି ଅଞ୍ଚଳର ଏକ ଦୋକାନରେ ଏଭଳି ବେଆଇନ୍‌ ଭାବେ ମଦ ବିକ୍ରି ହେଉଥିବା ଖବର ଡିସିପିଙ୍କ ପାଖରେ ପହଞ୍ଚତ୍ଥିଲା। ଘଟଣାର ତଦନ୍ତ ପାଇଁ ବାଦାମବାଡ଼ି ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

Featured Video Play Icon

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା...

ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର...

ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri