Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଆଇ.ଏସ୍‌ସି ଆଉ ତା’ପରେ ଓୟୁଏଟି, ଭୁବନେଶ୍ୱରରେ ବି.ଏସ୍‌ସି (ଏଜି) ପଢ଼ିଥିଲି। ଏହାପରେ ମୋର କୃଷି ବିଭାଗରେ ଚାକିରି ହୋଇଗଲା। କୋରାପୁଟ ଜିଲା ଜୟପୁର ସବ୍‌ଡିଭିଜନର ବୈପାରୀଗୁଡ଼ା ବ୍ଲକ୍‌ କୃଷି କାର୍ଯ୍ୟାଳୟରେ କନିଷ୍ଠ କୃଷି ଅଧିକାରୀ ଭାବେ ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା। ସେତେବେଳେ ୧୦୭୮ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇଲା ପରେ ନିଜ ଖର୍ଚ୍ଚ ପାଇଁ କିଛି ରଖି ବାକି ଟଙ୍କା ଘରକୁ ପଠାଇ ଦେଇଥିଲି। ସେହି ଟଙ୍କାରେ ଘରଲୋକେ ଠାକୁରଙ୍କ ପାଖେ ଭୋଗ କରିଥିଲେ। ବୈପାରୀଗୁଡ଼ାରେ କିଛି ବର୍ଷ ଏବଂ ତା’ପରେ ଭଞ୍ଜନଗରର ବେଲଗୁଣ୍ଠା ଏବଂ ବୁଗୁଡ଼ାରେ ବି କିଛି ବର୍ଷ କାମ କରିବା ପରେ ୧୯୯୦ରେ ଚାକିରିରୁ ଷ୍ଟଡି ଲିଭ୍‌ ନେଇ ଓୟୁଏଟିରେ ସୂତ୍ରକୃମିରେ ଏମ୍‌.ଏସ୍‌ସି (ଏଜି) କୋର୍ସ କରିଥିଲି। ଏହି କୋର୍ସରେ ମୁଁ ୟୁନିର୍ଭସିଟି ଟପ୍ପର ହେବାରୁ ମୋତେ ସେତେବେଳେ ୟୁନିର୍ଭସିଟି ତରଫରୁ ଦୁଇଟି ଗୋଲ୍ଡ ମେଡାଲ୍‌ ପ୍ରଦାନ କରାଯାଇଥିଲା। ତେବେ ଏମ୍‌.ଏସ୍‌ସି (ଏଜି) ସାରିବା ପରେ ମୁଁ ପ୍ରାୟ ୪ ବର୍ଷ ପୁଣି ସେହି କନିଷ୍ଠ କୃଷି ଅଧିକାରୀ ଭାବେ ନୟାଗଡ଼ ଜିଲା ନୂଆଗଁା ବ୍ଲକ୍‌ରେ କାମ କରିଥିଲି। ଆଉ ତା’ପରେ ପଦୋନ୍ନତି ପାଇ ରୋଗପୋକ ବିଶେଷଜ୍ଞ ଭାବେ ବରଗଡ଼ ଜିଲାର ଜିଲା କୃଷି କାର୍ଯ୍ୟାଳୟ, ଭଟ୍‌ଲିକୁ ବଦଳି ହୋଇ ଯାଇଥିଲି। ଭଟ୍‌ଲି ପରେ ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ନୟାଗଡ଼ର ଦଶପଲ୍ଲା, କେନ୍ଦୁଝରର ଆନନ୍ଦପୁର, କଟକର ଉପ କୃଷି ନିର୍ଦ୍ଦେଶକ, ଝାରସୁଗୁଡ଼ା ତଥା ନୟାଗଡ଼ ଜିଲାର ଜିଲା କୃଷି କାର୍ଯ୍ୟାଳୟଗୁଡ଼ିକରେ ବି କିଛି କିଛି ବର୍ଷ ରୋଗପୋକ ବିଶେଷଜ୍ଞ ଭାବେ କାମ କରିବା ପରେ ପୁଣି ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଥିଲି। ରୋଗପୋକ ବିଶେଷଜ୍ଞରୁ ଜିଲା କୃଷି ଅଧିକାରୀ ଭାବେ ପଦୋନ୍ନତି ପାଇ ନୟାଗଡ଼ର ଦଶପଲ୍ଲା ଜିଲା କୃଷି କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ଏଠାରେ ଯୋଗ ଦେବାର କିଛିଦିନ ପରେ ସରକାରଙ୍କ ନିୟମାନୁଯାୟୀ, ଜିଲା କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମସ୍ତ ଅଫିସରଙ୍କୁ ପଦୋନ୍ନତି ଦିଆଯିବା ସହିତ ସେମାନଙ୍କର ପଦବୀକୁ ପରିବର୍ତ୍ତନ କରି କୃଷି ଜିଲା ଅଧିକାରୀ କରିଦିଆଯାଇଥିଲା। ସେଥିପାଇଁ ବର୍ତ୍ତମାନ ମୁଁ ନୟାଗଡ଼ର ଦଶପଲ୍ଲା ଜିଲା କୃଷି କାର୍ଯ୍ୟାଳୟରେ କୃଷି ଜିଲା ଅଧିକାରୀ ଭାବେ କାର୍ଯ୍ୟ କରୁଅଛି। ତେବେ ଏହି ବ୍ୟସ୍ତମୟ ଚାକିରି ଜୀବନରୁ ସମୟ ବାହାର କରି ଅନେକ କୃଷି ଭିତ୍ତିକ ଲେଖା ବି ମୁଁ ଲେଖିଛି। ମୋ ଲେଖାଗୁଡ଼ିକ ମୁଖ୍ୟତଃ ବିଶ୍ୱ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ, ଜୈବିକ କୃଷି, ଚିରସ୍ଥାୟୀ କୃଷି, ସମନ୍ବିତ ରୋଗପୋକ ପରିଚାଳନା, ପାରମ୍ପରିକ ପଦ୍ଧତିରେ ରୋଗପୋକ ନିୟନ୍ତ୍ରଣ, ସାମାଜିକ ତଥା ଅର୍ଥନୈତିକ କୃଷି ସଂସ୍କାର ତଥା ରାସାୟନିକ କୀଟନାଶକ ଜନିତ ପରିବେଶ ପ୍ରଦୂଷଣ ଏବଂ ଏହାର ନିରାକରଣ ଉପରେ ପର୍ଯ୍ୟବସିତ ଥାଏ। ଆଉ ଏହି ସବୁ ବିଷୟକୁ ଆଧାର କରି ୟା’ ଭିତରେ ମୋର ପ୍ରାୟ ୩୧୪ଟି ଆର୍ଟିକିଲ୍‌ ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ ମାଗାଜିନ୍‌ ତଥା ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ଏହି ଲେଖାଲେଖି ପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ବି ମିଳିଛି। ତନ୍ମଧ୍ୟରୁ ପ୍ରକୃତି ବନ୍ଧୁ ସମ୍ମାନ ହେଉଛି ଅନ୍ୟତମ। କାରଣ ମୋର ସମସ୍ତ ଲେଖାରେ ପରିବେଶ କିପରି ସୁସ୍ଥ ରହିବ, ଚାଷ କେମିତି ଭଲ ହେବ, କୃଷକ କିଭଳି ଲାଭବାନ ହେବେ ଇତ୍ୟାଦି ଉପାଦେୟ ତଥ୍ୟ ସବୁ ରହିଥାଏ। ସେଥିପାଇଁ ଏହି ସମ୍ମାନ ମିଳିଛି, ଯାହା ମୋତେ ଏକ ନିଆରା ପରିଚିତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri