ପ୍ରଥମେ ବିରିୟାନୀ, ଏବେ ରଙ୍ଗମିଶା ଭାତ: ୧୭ ତାରିଖ ପର୍ଯ୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉ ନ ଥିବା ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାର ଗତ ମାର୍ଚ୍ଚରେ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ୫ଟି ମହାନଗର ନିଗମ ସହ ୪୮ ପୌରପାଳିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ ବରାଦ କରାଯାଇଥିଲା। ମେ’ ୯ ପର୍ଯ୍ୟନ୍ତ ଥିବା ଅବଧିକୁ ଏବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମହାନଗର ନିଗମ ଏବଂ ପୌରପାଳିକାକୁ ଅବଗତ କରାଯାଇଛି। ହେଲେ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣକୁ ନେଇ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। ବିଶେଷକରି ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଏମ୍‌ସି ଟିମ୍‌ ବୁଲା ଜୀବଜନ୍ତୁଙ୍କୁ ଖାଇବାକୁ ଦେଇପାରି ନାହାନ୍ତି। ଏପରିକି ପ୍ରଥମେ ବିରିୟାନୀ ଦିଆଯାଉଥିବାବେଳେ ଏବେ ରଙ୍ଗମିଶା ଭାତ ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବାକୁ ୩୭ଦିନ ପାଇଁ ବିଏମ୍‌ସିକୁ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୭ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଏବେ ଆଉ ୧୪ଦିନ ପାଇଁ ୨ଲକ୍ଷ ୮୦ହଜାର ଟଙ୍କା ଅନୁଦାନ ମିଳିଛି। ଦିନକୁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ କୁକୁରଙ୍କୁ ବିରିୟାନୀ, ଖେଚୁଡ଼ି ଏବଂ ଗାଈ ଓ ଷଣ୍ଢମାନଙ୍କୁ ଗୋଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କେବଳ ମୁଖ୍ୟରାସ୍ତାକୁ ଛାଡ଼ି ଅନ୍ୟ କୌଣସି ଅଞ୍ଚଳରେ ଖାଦ୍ୟ ଦିଆଯାଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ସହରରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ବୁଲା କୁକୁର ରହିଥିବାବେଳେ ୧୫୦୦ରୁ ଊର୍ଦ୍ଧ୍ୱ ଷଣ୍ଢ ରହିଛନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ମୋଟ ୧୦ ହଜାର କୁକୁର ଓ ୧ହଜାର ଷଣ୍ଡ ଓ ଗାଇଗୋରୁଙ୍କ ପାଖରେ ପହଞ୍ଚତ୍ପାରିଛନ୍ତି। ଏତେବଡ଼ ସହର ହୋଇଥିଲେ ମଧ୍ୟ ୪ ଗାଡ଼ି ସହାୟତାରେ ମାତ୍ର ୧୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଏତେ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦିଆଯାଉଥିବା ଖାଦ୍ୟର ମାନ ସମ୍ପୂର୍ଣ୍ଣ ଖରାପ ଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ବିରିୟାନୀ ଓ ଖେଚୁଡ଼ି ଦିଆଯାଉଥିବାବେଳେ ଏବେ କେବଳ ରଙ୍ଗପକା ଭାତ ଦିଆଯାଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ସେହିଭଳି ଷଣ୍ଢମାନଙ୍କୁ ଗୋଖାଦ୍ୟ କମ୍‌ ଏବଂ ପାଣି ଅଧିକ ଦିଆଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ଦିନକୁ ଦୁଇଥର ଖାଦ୍ୟ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରଥମ କିଛିଦିନ ଛାଡ଼ି ବଳକା ଦିନମାନଙ୍କରେ ଦିନକୁ ଥରେ ଦିଆଯାଉଛି।
ଏନେଇ ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ଜୋନ୍‌ ଭାଗ କରାଯାଇ କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଛି। ରେସିଡେନ୍ସିଆଲ ଏରିଆରେ ସେମାନଙ୍କୁ ଖାଇବାକୁ ମିଳିଯାଉଥିବାରୁ ଆମେ କେବଳ ମାର୍କେଟ ଏରିଆ ଓ ମୁଖ୍ୟ ରାସ୍ତାରେ ଖାଦ୍ୟ ଦେଉଛୁ। ପ୍ରାୟ ୪ ହଜାର କୁକୁରଙ୍କୁ ଦିନକୁ ସାଢେ ୭ କୁଇଣ୍ଟାଲ ଖାଦ୍ୟ ଏବଂ ୨୦୦ ଷଣ୍ଡଙ୍କୁ ସାଢେ ୩ କଇଣ୍ଟାଲ ଗୋଖାଦ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି ଦେବାଶିଷ…

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri