ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଦିବ୍ୟାଙ୍ଗକଁର ଗୁହାରି: ରୁଜ୍‌ଗାର ଦିଅ ନଚେତ୍‌ ମରବାକେ ଅନୁମତି ଦିଅ

ଲାଠୋର, ୨୩ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି। ମୋତେ ରୁଜ୍‌ଗାର ଯୁଗେଇ ଦିଆଯାଉ, ନାଇଁ ହେଲେ ଇଛା ମୁର୍‌ତୁ ଲାଗି ଅନୁମତି ଦିଆଯାଉ ବଲି ଟୁଇଟର ଜରିଆରେ ପ୍ରଧାନମନ୍ତ୍ରୀ ଆର ମୁଖ୍ୟମନ୍ତ୍ରୀକୁଁ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ସୁରେନ୍ଦ୍ର ଜନ୍‌ମୁ ଦିବ୍ୟାଙ୍ଗ ଆଏ। ବହୁତ୍‌ ବଛର ହେଲା ତାକର ବାପା ଘରଛାଡ଼ି ଉନିଆ କେନ୍‌ଆଡ଼େ ପଲେଇ ଯାଇଛନ୍‌। ଏନ୍‌ତାଥି ଘରର ସବୁ ବୋଝ୍‌ ତାକର ଉପରେ ରହିଛେ। ସୁରେନ୍ଦ୍ର ଉଚ ଶିକ୍ଷିତ ହେଇ ବି କାମ୍‌ଧଁଦା ଅଭାବୁ ଘରେ ବସି ରହିଛନ୍‌। ତାକର ଉପରେ ପରିବାର ଲୋକ୍‌ ରଖିଥିବାର ଅଶ୍‌ ଦିନୁଦିନ୍‌କେ ମହଲିବାରେ ଲାଗିଛେ। ପରିବାର କହେଲେ ମା’ ବହେନ୍‌ ଆର ଭାଇକେ ନେଇ ସେ ରହୁଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୩୫ କେ.ଜି. ଚାଉଲ, ମା’ ପାଉଥିବାର ୫ଶହ ଟଁକା ଭାତା ଆର ନିଜେ ପାଉଥିବାର ୭ଶହ ଟଁକା ଭିନ୍ନକ୍ଷମ ଭତା। ଯେନ୍‌ଟା ପରିବାର ଚଲବାରେ ନଅଁଟ୍‌ ହେଉଛେ। ଏନ୍‌ତାଥି ସେ କେନ୍‌ଥେଇ ପରିବାର ଚଲାବେ ସେ ଚିନ୍‌ତାରେ ଘାରି ହେଉଛନ୍‌। ଇଆଡ଼େ ଚାକ୍‌ରି ଖଁଡ଼େର ଲାଗି ଇ ଅଫିସ୍‌ରୁ ସେ ଅଫିସ୍‌ ନରଦି ନରଦି ନିରାଶ ହେଇଛନ୍‌। ଇ ଘଟନା ବାବ୍‌ଦେ ବରଗଡ଼ ଜିଲା ବିଜେପୁର ବ୍ଲକର ଝନେ ସାମାଜିକ କରମୀ ଦିବସ କୁମାର ସାହୁ ସୁରେନ୍ଦ୍ରକେ ସାହାଯ୍‌ କରବାର ଲାଗି ମୁଖ୍ୟମନ୍ତ୍ରୀ, ଓଡ଼ିଶା ଆର ବଲାଙ୍ଗୀର ଜିଲାପାଲକୁଁ ଟୁଇଟ୍‌ କରି ଅନୁରୋଧ୍‌ କରିଥିଲେ। ତାକର ଅନୁରୋଧ ଅନ୍‌ସାରେ ସିଏମ୍‌ଓରୁ ବଲାଙ୍ଗୀର ଜିଲାପାଲକୁଁ ଘଟନାର ତଦଁତ୍‌ କରବାକେ ନିରଦେଶ ଦିଆଯାଇଥିଲା। ଗଲା ଜୁନ୍‌ ୬, ୨୦୧୯ରେ କଣ୍ଟାବାଞ୍ଜି ତହସିଲଦାର ଆଲୋକ କୁମାର ମାଝି ଆର ତୁରେକେଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧ୍‌କାରୀ ହେମାନନ୍ଦ ବିଶ୍ୱାଲ ଘଟନାର ତଦଁତ୍‌ କରିଥିଲେ। ଟିଟିଲାଗଡ଼ ଉପଜିଲାପାଲକଁର କାର୍ଯ୍ୟାଲୟ ଚିଠି ସଂଖ୍ୟା ୧୯୩୧/ତା.୭ା୬ା୨୦୧୯ରେ ତଦଁତ୍‌ ରିପୋର୍ଟ ପଠାଯାଇଥିଲେ ବି ସୁରେନ୍ଦ୍ର କେହେନ୍‌ସି ପରକାର ଉପ୍‌କାର ନାଇଁପାଇ। ଶେଷେ ସୁରେନ୍ଦ୍ର ଉପେ ଶୂଇନ୍‌ ହେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଆର ବଲାଙ୍ଗୀର ଜିଲାପାଲକୁଁ ସେ ନିଜେ ଟୁଇଟର ଜରିଆରେ ଗଲା ୨୮ା୭ା୨୦୧୯ରେ ରୁଜ୍‌ଗାର ଦିଆଯାଉ ନାଇଁ ହେଲେ ମୋତେ ଇଛା ମୁର୍‌ତୁ ଲାଗି ଅନୁମତି ଦିଆଯାଉ ବଲି ଅନୁରୋଧ୍‌ କରିଥିଲେ। ଠିକ୍‌ ତାର ଦୁଇ ଦିନ୍‌ ଉତାରୁ ୩୦ା୭ା୨୦୧୯ରେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ ଆର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧ୍‌କାରୀ ସୁରେନ୍ଦ୍ରକଁର ଘରେ ପୁହୁଁଚିଥିଲେ। ତାହାକୁ ବୁଝାସୁଝା କରିଥିଲେ। ଇ ବାବ୍‌ଦେ ତୁରେକେଲା ବିଡିଓକୁଁ ପଚ୍‌ରାଲାରୁ ଚାକିରିଟେ ଦେବାର ମୋର ପକ୍ଷେ ସମ୍‌ଭବ ନୁହେ। ମୁଇଁ ସବୁ ପରକାର ସୂଚନା ଉପର ଅଧ୍‌କାରୀକୁଁ ଦେଇଛେଁ, ସେମାନେ ଯାହା ପଦକ୍ଷେପ ନେବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image