ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି, ତାଙ୍କ ପିତା ଏକ ପୋଷ୍ଟକାର୍ଡ ପାଇଥିଲେ, ଯେଉଁଥିରେ ଲେଖାଥିଲା ‘ବେଟି ବଚାଓ, ବେଟି ପଢ଼ାଓ’। ସେହିଦିନଠାରୁ ତାଙ୍କୁ ସ୍କୁଲ୍କୁ ପଠାଗଲା। ସ୍କୁଲ୍ରେ ପଢ଼ୁଥିବାବେଳେ ସେ ପ୍ରଥମକରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଗୀତ ଗାଇବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ୨୫୦ଟଙ୍କା ଦେଇ ଏହି ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।