Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ ରହିଛି ଗୁଜରାଟର ଗାନ୍ଧୀନଗରରେ ଏକ ବାସୋପଯୋଗୀ ଜମି, ୧.୨୭ କୋଟି ଟଙ୍କାର ସ୍ଥାୟୀ ଜମା ଏବଂ ନଗଦ ୩୮,୭୫୦ ଟଙ୍କା। ମୋଟ ସମ୍ପତ୍ତି ମଧ୍ୟରୁ ଅସ୍ଥାବର ସମ୍ପତ୍ତି ୧.୪୧ କୋଟି ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୧.୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଟିକସ ସଞ୍ଚୟ ଇନ୍‌ଫ୍ରା ବଣ୍ଡ୍‌ରେ ସେ ୨୦ ହଜାର ଟଙ୍କା ରଖିଥିବାବେଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନଏସସି)ରେ ୭.୬୧ ଲକ୍ଷ ଏବଂ ଏଲ୍‌ଆଇସିରେ ୧.୯ ଲକ୍ଷ ଟଙ୍କା ଜମା କରିଛନ୍ତି। ସଞ୍ଚୟ ବ୍ୟାଙ୍କ ଖାତାରେ ମୋଦିଙ୍କର ୪୧୪୩ ଟଙ୍କା ରହିଛି। ଏହାବ୍ୟତୀତ ତାଙ୍କର ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୧୩ ଲକ୍ଷ ଟଙ୍କା। ଗାନ୍ଧୀନଗର ସେକ୍ଟର-୧ରେ ପ୍ରଧାନମନ୍ତ୍ରୀଙ୍କର ୩୫୩୧ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି, ଯାହାର ଦାମ୍‌ ୧.୧ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ସରକାରୀ ବେତନ ଏବଂ ବ୍ୟାଙ୍କ ସୁଧକୁ ଆୟ ଉତ୍ସରେ ସାମିଲ କରିଥିଲାବେଳେ ସ୍ତ୍ରୀଙ୍କ ଆୟ ଉତ୍ସ ଏବଂ ବୃତ୍ତି କିମ୍ବା ପେସା ସମ୍ପର୍କରେ ଜାଣି ନ ଥିବା ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ରେ ଏମ୍‌.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ୧୯୬୭ରେ ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷାରେ ପାଶ୍‌ କରିଥିଲେ। ଯଶୋଦାବେନ୍‌ ତାଙ୍କ ସ୍ତ୍ରୀ ବୋଲି ମୋଦି ସତ୍ୟପାଠରେ ଦର୍ଶାଇଛନ୍ତି। ମୋଦିଙ୍କ ନାମରେ କୌଣସି ଅପରାଧ ମାମଲା ନାହିଁ ଏବଂ ସରକାରଙ୍କର ତାଙ୍କର ଉପରେ କୌଣସି ବକେୟା ନ ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୦୧୪ରେ ନାମାଙ୍କନପତ୍ର ଦାଖଲ ବେଳେ ମୋଦି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୬୫ କୋଟି ଟଙ୍କା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ...

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ...

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image