ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀର ଲୋକ ନାୟକ ଭବନ, ଖାନ ମାର୍କେଟରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟକାର୍ଯ୍ୟାଳୟରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଉକ୍ତ କୋଠାକୁ ସାନିଟାଇଜ କରାଯିବା ସହ ୨ଦିନ ପାଇଁ ଏହାକୁ ସିଲ୍ କରି ଦିଆଯାଇଛି। ତେବେ ଇଡି କାର୍ଯ୍ୟଳୟର କେତେଜଣ କର୍ମଚାରୀଙ୍କ ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିିଛି। ସୂଚନାଯୋଗ୍ୟ, ଏବେ ରାଜଧାନୀ ଦିଲ୍ଲୀରେ ୨୬,୩୩୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି।