ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଜଗତର ନାଥ ମହାପ୍ରଭୁ ଦଧିବାମନ ଗୁଣ୍ଡିଚା ମନ୍ଦିରସ୍ଥ ଜନ୍ମବେଦି(ଆଡ଼ପମଣ୍ଡପ) ଛାଡ଼ି ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହିଯାତ୍ରା ପାଇଁ ଗୁରୁବାର ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ତାଙ୍କର ଅତି ପ୍ରିୟ ପୋଡ଼ପିଠାଭୋଗ ଲାଗି କରାଯାଇଥିଲା। ବିରହବିଧୁରା ମହାଲକ୍ଷ୍ମୀଙ୍କୁ ହେରାପଞ୍ଚମୀ ଅବସରରେ ଶ୍ରୀ ମନ୍ଦିର ଫେରିବା ପ୍ରତିଶୃତି ଦେଇଥିବାରୁ ଶୁକ୍ରବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ମଙ୍ଗଳପ୍ରଦୀପ, ସୂର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଲଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା। ଏହାପରେ ଦଧିବାମନଙ୍କ ବାହୁଡ଼ାଯାତ୍ରା ପାଇଁ ପହଣ୍ଡିପୂଜା ହୋଇଥିଲା। ପହଣ୍ଡିପୂଜା ଓ ମଙ୍ଗଳାର୍ପଣ ଶେଷ ହେବାପରେ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହରା ଆରମ୍ଭ ହେବା ସହ ପ୍ରଭୁ ବଡ଼ଦାଣ୍ଡକୁ ବିଜେ କରିିଥିଲେ। ଏହାପରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁ ଦଧିବାମନ ଗୁଣ୍ଡିଚାମନ୍ଦିରରୁ ରଥ ନିକଟକୁ ପହଣ୍ଡିରେ ଆସିଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଳ, ଘଣ୍ଟ, ଶଙ୍ଖ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ଭକ୍ତମାନେ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ କିଏ ଛତ୍ର, କିଏ ଚନ୍ଦ୍ରାତାପ, କିଏ ଆଳଟ, କିଏ ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ। ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକିର୍ତ୍ତନ ଦଳ, ସମ୍ପ୍ରଦା ଦଳ ପ୍ରମୁଖ ନିଜନିଜର କଳା ପ୍ରଦର୍ଶନ ପୂର୍ବକ ପ୍ରଭୁଙ୍କୁ ଆଗେଇ ନେଇଥିଲେ ା ଏହି ପହଣ୍ଡି ବିଜୟ ସମୟରେ ବଡ଼ଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟିଥିଲା । ପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲାା ଆଳତୀ ପରେ ନବଜନ୍ମିତ ଶିଶୁମାନଙ୍କୁ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା। ଏହାସହ ରଥରେ ଘୋଡ଼ଯଚାହୋଇ ଡାହୁକ(ସାରଥୀ) ତାଙ୍କର ଗୀତ ବୋଳିବା ପରେ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲା ା ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୋଲିସ ସୁରକ୍ଷାବଳୟ ମ୍ଯଯରେ ରଥଟଣା ହୋଇଥିଲା । ଦିନ ପ୍ରାୟ ୨ଟାରେ ରଥଟଣା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫ଟାରେ ରଥପଡ଼ିଆରେ ରଥ ପହଞ୍ଚିବ ବୋଲି ଜଣାପଡ଼ିଛି।
ପ୍ରକାଶଯୋଗ୍ୟ, ଶନିବାର ପ୍ରଭୁ ଦଧିବାମନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୭ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri