ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): କରୋନା ଭୂତାଣୁ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ତେବେ ପ୍ରବାସୀ ଓଡ଼ିଆ ଫେରିବା ପରେ ପ୍ରଥମେ କ୍ବାରାଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ତେଣୁ କ୍ବାରାଣ୍ଟାଇନ ସେଣ୍ଟର କିମ୍ବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବା ସମୟରେ ଯେଉଁ ଖର୍ଚ୍ଚ ହେବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଣ୍ଡ ପିଛା ଖର୍ଚ୍ଚ ସମ୍ପର୍କିତ ଏକ ଗାଇଡଲାଇନ ସରକାରଙ୍କ ପକ୍ଷରୁ ଜାରି ହୋଇଛି।
ଉକ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କ ପାଇଁ ଖାଇବା ବାବଦରେ ପ୍ରତିଦିନ ମୁଣ୍ଡପିଛା ୧୨୦ ଟଙ୍କା ଦିଆଯିବ। ୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା ରହିଛି। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାବଦକୁ ୧୪ ଦିନ ପାଇଁ ୩୦୦ ଟଙ୍କା ମିଳିବ, ଯେଉଁଥିରେ ମାସ୍କ, ପାଣି ବୋତଲ, ବ୍ରଶ, ଟୁଥ ପେଷ୍ଟ, ସାବୁନ, ତେଲ, ବାଲତି, ୨ଟି ବେଡଶିଟ, ପିଲୋ କଭର ଆଦି ରହିଛି। କ୍ଲିନିଂ, ସାନିଟେସନ ଓ ସିକ୍ୟୁରିଟି ବାବଦକୁ ୨୦୦୦ ଟଙ୍କା ଦେବେ ସରକାର।
ବେଡ ପାଇଁ ଗଦି, ତକିଆ କିଣାଯାଇ ନ ପାରିଲେ ସେସବୁକୁ ଭଡ଼ାରେ ଅଣାଯିବ। ଯେଉଁ ବ୍ୟକ୍ତି କ୍ବାରାଣ୍ଟାଇନ ସେଣ୍ଟରରେ ରହିବେ ତାଙ୍କର ସମସ୍ତ ତଥ୍ୟ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ପରେ ତାହାକୁ ଜିଲା ପ୍ରଶାସନର ୱେବସାଇଟରେ ଅପ୍‌ଲୋଡ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Featured Video Play Icon

ଦଶହରା ପୂବର୍ବରୁ ସୁଭଦ୍ରା ଭେଟି

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri