ପ୍ରବାସୀ ଶ୍ରମିକଙ୍କୁ ନିଜ ସହରକୁ ଛଡ଼ାଯିବନି

ନୂଆଦିଲ୍ଲୀ,୨୮ା୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କରେ ଅଛନ୍ତି। ଲକ୍‌ଡାଉନ୍‌ ଲାଗୁହେବା ପରେ ଅନେକ ଲୋକ କାମଧନ୍ଦା ହରାଇବା ସହ ପେଟକୁ ଦାନା ଯୋଗାଡ଼କରିବା ଓ ପରିବାର ପୋଷିବା କଷ୍ଟକର ହୋଇପଡ଼ିଛି। ପରିସ୍ଥିତିକୁ ଦେଖି ଅନେକ ପ୍ରବାସୀ ନିଜ ସହରକୁ ଫେରିଆସିବା ଲାଗି ଉଦ୍ୟମ କରୁଛନ୍ତି। ଏଥିଲାଗି ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ତେବେ କରୋନା ସ୍ଥିତି ଯୋଗୁ ଏବେ କୌଣସି ପ୍ରବାସୀଙ୍କୁ ନିଜ ରାଜ୍ୟ ବା ସହରକୁ ଯିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଉତ୍ତରରେ କହିଛନ୍ତିି। ଭାରତରେ ଏବେ ୧.୩୬ ନିୟୁତ କର୍ମଜୀବୀ ଥିବାବେଳେ ଏହାର ଅଧା ଅଣକୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରବାସୀ ଯେଉଁଠାରେ ଅଛନ୍ତି, ସେହିଠାରେ ହିଁ ରହିବେ। ସେମାନଙ୍କ ରହିବା, ଖାଇବା ଆଦି ସମସ୍ତ କାର୍ଯ୍ୟ ସ୍ଥାନୀୟ ସରକାର ବୁଝିବେ। ସେମାନଙ୍କୁ ନିଜ ସହର କିମ୍ବା ଗ୍ରାମକୁ ଯିବା ଲାଗି ଅନୁମତି ଦେବାର ଅର୍ଥ ଭୂତାଣୁ ସଂକ୍ରମଣକୁ ପ୍ରୋତ୍ସାହନ କରିବା ଭଳି। ବହୁ ଲୋକଙ୍କ ଜୀବନ ଏଥିରେ ଯିବା ଆଶଙ୍କା ରହିଛି ବୋଲି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା କେନ୍ଦ୍ର ରିପୋର୍ଟରେ ଦର୍ଶାଯାଇଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୭,୯୭୮ ରିଲିଫ କ୍ୟାମ୍ପ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରାୟ ୧୪.୩ ଲକ୍ଷ ଲୋକ ରହୁଛନ୍ତି। ଏଥିସହ ୨୬,୨୨୫ଟି ଫୁଡ୍‌ କ୍ୟାମ୍ପ ଖୋଲାଯାଇଛି। ପ୍ରାୟ ୧.୩୪ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି। ତେଣୁ ପ୍ରବାସୀମାନେ ନିଜ ସହରକୁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର କହିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ସୋମବାର ଭିଡିଓ କନ୍‌ଫରେନ୍ସିଂରେ ଏକାଧିକ ମୁଖ୍ୟମନ୍ତ୍ରୀ ପ୍ରବାସୀଙ୍କୁ ସ୍ବତନ୍ତ୍ର ଭାବେ ସେମାନଙ୍କ ସହରକୁ ଯିବା ଲାଗି ସହାୟତା ସହ ଅନୁମତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏନେଇ କେନ୍ଦ୍ର ସହ ଆଲୋଚନା କରାଯାଇ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରିଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିବା ବେଳେ ପ୍ରବାସୀମାନେ ନିଜ ସହରକୁ ଫେରିବା ବାଟ ବନ୍ଦ ହୋଇଯାଇଛି। ତେବେ ପ୍ରବାସୀ ଶ୍ରମିକଙ୍କ ଲାଗି କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଗାଡ଼ିରେ ଅଧିକ ଟଙ୍କା ଫାଇନ୍ ଅଛି କି ? ଇନ୍‌ସ୍ୟୁରାନ୍ସ କରିବା ବେଳେ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୨୫।୯: ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ନିୟମ ଆସିଲେ ବିଶେଷ କରି ଯେଉଁମାନଙ୍କର ଗାଡ଼ିରେ...

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’: କଙ୍ଗନା ରାନାୱତଙ୍କ ମନ୍ତବ୍ୟ ପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫।୯: ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ। କଂଗ୍ରେସ...

ବ୍ୟାଙ୍କରେ କାମ କରୁଥିବାବେଳେ ଚେୟାରରୁ ଖସିପଡ଼ିଲେ ଅଧିକାରୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୨୫ା୯: ବ୍ୟାଙ୍କରେ କାମ କରୁଥିଲେ ଜଣେ ମହିଳା ଅଧିକାରୀ। ହଠାତ୍‌ ଚେୟାରରୁ ଖସିପଡ଼ିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅତିରିକ୍ତ ଡେପୁଟି...

ହାଇକୋର୍ଟ ବିଚାରପତିଙ୍କ ଉପରେ ବର୍ଷିଲେ ସିଜେଆଇ ଚନ୍ଦ୍ରଚୂଡ, କହିଲେ ଭାରତର କୌଣସି ବି ଅଞ୍ଚଳକୁ ‘ପାକିସ୍ତାନ’ କହିପାରିବେ ନାହିଁ…

ନୂଆଦିଲ୍ଲୀ,୨୫।୯: ନିକଟରେ ହୋଇଥିବା ଏକ ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ନାଟକ ହାଇକୋର୍ଟର ବିଚାରପତି...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

‘କବଚ ୪.୦’ ଟ୍ରାଏଲ ରନ୍‌ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ...

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri