ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବା ଲକ୍ଷ୍ୟରେ ୧୭ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଛି। ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ। ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇଦେବାକୁ ଯୋଜନା ହୋଇଛି। ଏନେଇ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।