ପ୍ରଶାସନ ଚୁପ୍‌, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ

ଜୟପୁର,୧୫ା୩(ଡି.ଏନ୍‌.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିଯିବା ପରେ କେତେଜଣ ସଚେତନ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ଲୁହା ପ୍ଲେଟ ଓ ଖୁଣ୍ଟ ଲଗାଇଛନ୍ତି। ସ୍ଥାନୀୟ ପାରାବେଢ଼ାସ୍ଥିତ ସରକାରୀ ଶିଶୁ ଭବନ ୧୯୭୭ରେ ସ୍ଥାପିତ ହୋଇଥିଲା। କିନ୍ତୁ ଏଯାବତ୍‌ ସେଠାରେ ନାମଫଳକ ଟାଙ୍ଗି ନ ଥିଲା ପ୍ରଶାସନ। ଜୟପୁରର ସ୍ବେଚ୍ଛସେବୀ ଲାଲୁଦେବ ଶର୍ମା, ସୁବାସ ସାହୁ, ରଶ୍ମିରଞ୍ଜନ ସାଗର, ଜୟନ୍ତ ପଟ୍ଟନାୟକ, ସାଗର ପରିଡ଼ା ଏହି କାର୍ଯ୍ୟ ଏବେ ନିଜ ହାତକୁ ନେଇ ପୁରାତନ ଶିଶୁ ଭବନରେ ନାମଫଳକ ଲଗାଇଛନ୍ତି। ଜୟପୁର ସଦରଥାନା ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର ପାତ୍ରପୁଟ କୋଲାବ ନଦୀ ପୋଲ ନିକଟରେ ମାଙ୍କଡ଼ମାନେ ଜମା ହୁଅନ୍ତି। ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ କଦଳୀ, ଚଣା, ବିସ୍କୁଟ ଦିଅନ୍ତି। ରାସ୍ତା ଉପରେ ଏପରି ଖାଦ୍ୟ ଦେବା ସମୟରେ ବିଭିନ୍ନ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି। ଅଧିକାଂଶ ସମୟରେ ଗାଡ଼ି ଚକା ତଳେ ପଡ଼ି ମାଙ୍କଡ଼ମାନଙ୍କ ଜୀବନ ଯାଉଛି। ବନବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନ ଥିବାବେଳେ ସ୍ବେଚ୍ଛାସେବୀମାନେ ସଚେତନତା ବୋର୍ଡ଼ ଲଗାଇଛନ୍ତି। ସେହିପରି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ରାସ୍ତାର ରାମଗିରି ଛକରେ ବୋର୍ଡ ଲଗାଯାଇ ଗୁପ୍ତେଶ୍ୱରକୁ ସ୍ବଚ୍ଛ ରଖିବା, ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଆମିଷ ଭୋଜି ପାଇଁ ବାରଣ ସହ ପଲିଥିନ ବର୍ଜନ କରିବାକୁ କୁହାଯାଇଛି। ଏଭଳି କାର୍ଯ୍ୟରେ ସ୍ବେଚ୍ଛାସେବୀ ଯୁବକଙ୍କୁ ସ୍ଥାନୀୟ ସୀମା ସୁରକ୍ଷା ବାହିନୀ କ୍ୟାମ୍ପର ଯବାନ ସହାୟତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ, ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୧୯ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାଜପା ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ ଶନିବାର ଅପରାହ୍ନ ୨ଟାରେ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ...

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ମୋହନା,୧୯ା୪(ମନ୍ମଥ ମିଶ୍ର)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍‌ବ)ର ଗଞ୍ଜେଇ ଜବତ...

ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ...

କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକଙ୍କ ବୈଠକ

ଜି.ଉଦୟଗିରି,୧୯ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ୍‌ କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ ଏବଂ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁମିତାରାଣୀ...

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image