Posted inଭଦ୍ରକ

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ

ଭଦ୍ରକ ଅଫିସ, ୨୨।୧୦- ଆଉ ୫ ଦିନ ପରେ ଦୀପାବଳି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ଜୋର ଧରିଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା, ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସାମାଜିକ ସଚେତନତା ସୃଷ୍ଟି ପାଇଁ ଅନ୍ୟ ବର୍ଷ ଭଳି ଏଥର ପୂଜା ମଣ୍ଡପରେ ବାରୁଆଳି ମୂର୍ତ୍ତି ଆକର୍ଷଣ ରହିବ। ପୌରାଣିକ ଉପାଖ୍ୟାନ ସମେତ ଟ୍ରାଫିକ ସମସ୍ୟା ଭଳି ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ନୂତନ ଶୈଳୀରେ ବାରୁଆଳି ମୂର୍ତ୍ତି ନିର୍ମାଣ କରାଯାଉଛି। ମୀନାବଜାର, ବ୍ୟବସାୟିକ ଷ୍ଟଲ, ଦୋଳି, ଚକ୍ରି, ସର୍କସ୍‌ ଓ ମ୍ୟାଜିକ ଭଳି ମନୋରଞ୍ଜନ ମାଧ୍ୟମ ଏବଂ ଅପେରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତେ ବ୍ୟସ୍ତ ରହିଛନ୍ତି। ଚରମ୍ପା ଅଞ୍ଚଳରେ ବିଭିନ୍ନ ଯାତ୍ରା ପାର୍ଟିର ବ୍ୟାନର ଛାଇ ଗଲାଣି। ପୂଜା ପ୍ରସ୍ତୁତି ନେଇ ସାରା ସହର ପରିବେଶ ଏବେଠୁ ଚଳଚଞ୍ଚଳ ହୋଇଉଠିଛି।
ଚରମ୍ପା ଷ୍ଟେଶନ ଅଞ୍ଚଳରେ କାରିଗରମାନେ ଦିନରାତି ଏକ କରି କାଳୀପୂଜା ପାଇଁ ପାରମ୍ପରିକ ମେଢ଼ ସାଙ୍ଗକୁ ମଣ୍ଡପରେ ଟେଣ୍ଟ ଓ ସାଜସଜ୍ଜା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଦୀପାବଳି ତିଥିରୁ ମଣ୍ଡପରେ ପୂଜାପାଠ ଅନୁଷ୍ଠିତ ହେବ। ଏଥିସହ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପୀଠ ସମେତ ଅନ୍ୟ ଶକ୍ତିପୀଠ ପୂଜା ପାଇଁ ସଜେଇ ହେଲାଣି। ଭଦ୍ରକ କାଳୀପୂଜା ଉଭୟ ସାଂସ୍କୃତିକ ଓ ବ୍ୟବସାୟିକ ଗୁରୁତ୍ୱ ବହନ କରୁଥିବାରୁ ପ୍ରତିବର୍ଷ ଜିଲା ଓ ଜିଲା ବାହାରୁ ବହୁ ଯାତ୍ରୀ ଏଠାକୁ ଆସିଥାନ୍ତି। ଏଥର ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ପରିଚାଳନା କାର୍ଯ୍ୟ ଲାଗି ପୂଜା କମିଟି କର୍ମକର୍ତ୍ତା, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ଲଗାଯିବା ବ୍ୟବସ୍ଥା କରାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଚରମ୍ପା ସମେତ ସହରର ପ୍ରମୁଖ ସ୍ଥାନରେ ଚଳିତବର୍ଷ ମୋଟ ୯ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। ଏଥିଲାଗି ମଣ୍ଡପ ସମ୍ମୁଖ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତ୍ତି ତିଆରି କାମ ପ୍ରାୟତଃ ୬୦ ପ୍ରତିଶତ ସରିଗଲାଣି। ସବୁଠି ବାରିହୋଇପଡୁଛି ପ୍ରତିଯୋଗିତାର ଛାପ। କେଉଁଠି ଟାଇଟାନିକ୍‌ ଜାହାଜ ସଦୃଶ ତୋରଣ ତ ଆଉ କେଉଁଠି ସେହିଭଳି ଭିନ୍ନ ଆକର୍ଷଣର ତୋରଣ ତିଆରି ଚାଲିଛି। ମେଳାରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇବା ଏବଂ ମୀନାବଜାର, ରାମଦୋଳି ସହ ଯାତ୍ରାପାର୍ଟି ଆଣିବା ଲାଗି କମିଟିଗୁଡ଼ିକ ଉଦ୍ୟମ କରୁଥିବା ସୂଚନା ମଳିଛି। ଆସନ୍ତା ୨୭ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଦୀପାବଳିଠାରୁ ଏଥର ୧୦ ଦିନ ପର୍ଯ୍ୟନ୍ତ ପୂଜା ଚାଲିବା ପରେ ଆସନ୍ତା ନଭେମ୍ବର ୬ ତାରିଖରେ ଭସାଣି ହେବ। କମିଟି କର୍ମକର୍ତ୍ତା ଜିଲା ପ୍ରଶାସନଠାରୁ ଏଥିଲାଗି ଅନୁମତି ଆଣିଥିବା ଭଦ୍ରକ କାଳୀପୂଜା ମହାସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri