ଲାଠୋର, ୧୬ା୬ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ ବାସକରୁଥିବାର ଝନେ ନିସାହା ମହିଲା ଗରଭ୍ବେଦନା ହେଲାରୁ ଡାକ୍ତରଖାନା ଗଲାବାଟେ ଗାଡ଼ିରେ ଗୁଟେ ଝି’କେ ଜନମ୍ ଦେଇଥିଲେ। ଇ ବାବ୍ଦେ ଗଲା ଶୁକୁରବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଗାଡ଼ିରେ ପ୍ରସବ କଲେ ମହିଳା’ ଶୀରଷକ୍ରେ ଖବର ବାହାରିଥିଲା। ଇ ଖବର ଦେଖି ଲାଠୋର ସରପଁଚ୍ ପ୍ରବିଣ କୁମାର ଅଗ୍ରଓ୍ବାଲ ଶନିବାର ଦୁଇପହର ବେଲା ସୁଆସ୍ତିଅ ବିଭାଗ କରମଚାରୀକଁର ସଂଗେ ନିସାହା ମହିଳା ଚନ୍ଦା ସାହୁକଁର ଘରେ ପୁହୁଁଚି ସାହାଯ୍ର ହାତ୍ ବଢ଼େଇଛନ୍। ସେ ମାହାଲିଆ ମାସିକ ୧୦ କେ.ଜି. ଚାଉଲ, ଡାକ୍ତରଖାନା ନେଇ ଉଭଏ ମା’ଝି’ର ସୁଆସ୍ତିଅ ପରୀକ୍ଷା କରି ଦରକାର ହିସାବେ ପୁଷ୍ଟିକର ଖାଏଦ୍, ଉଷୋକଷା, ମସାରି, ଅଙ୍ଗନଓ୍ବାଡି କେନ୍ଦ୍ରର ଖାଏଦ୍ର ବେବସ୍ତା କରିଛନ୍। ଘଟନା ଘଟଲା ଉତାରୁ ପରଶାସନ ଚେତୁଛେ, ହେଲେ ସବୁ ବେବସ୍ତା ଥାଇ ବି ଆଗତୁରା ପରଶାସନ ପଦକ୍ଷେପ ନାଇଁ ନେବାର। ନିସାହା ମହିଲାକୁଁ ସାହାଯ୍ କରବାରଟା ନିହାତି ଗୁଟେ ପରଶଁସା କଲା କଥା। ହେଲେ ଯେନ୍ମାନେ ଇ ଘଟନାର ଲାଗି ଦାୟୀ ସେମାନକର ବିରୋଧ୍ନେ କଡ଼ା ପଦକ୍ଷେପ ନେବାର ଦରକାର, ନାଇଁହେଲେ ଆଗ୍କେ ଏନ୍ତା ଘଟନା ନାଇଁ ଘଟବା କିଏ କହେବା ବଲି ବୁଧିଜୀବୀ ମହଲରେ ମତ ପରକାଶ ପାଉଛେ।